(ଶିଳାସ୍ମିତା ରାୟ) ଭୁବନେଶ୍ୱର: ନାରୀ ଓ ପୁରୁଷଙ୍କ ସଂଯୋଗରେ ସନ୍ତାନ ଜନ୍ମ ହୋଇଥାନ୍ତି । କିନ୍ତୁ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୦ ବର୍ଷ ପରେ ସ୍ୱାମୀଙ୍କଠାରୁ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଏହା ଅବିଶ୍ୱନୀୟ ହେଲେ ମଧ୍ୟ ସତ୍ୟ । ବ୍ରିଟେନର କାର୍ନୱାଲର ଏଞ୍ଜିଲିନ ଜେମ୍ସଙ୍କ ସ୍ୱାମୀ କ୍ରିସଙ୍କ କର୍ଳଟ ରୋଗରେ ମୃତ୍ୟୁ ହୋଇଥିଲା । କିନ୍ତୁ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଶୁକ୍ରାଣୁ ଜମା କରାଯାଇଥିଲା । ଆଇବିଏଫ ମାଧ୍ୟମରେ ମହିଳା ଦୁଇ ଥର ମା ହୋଇ ସାରିଲେଣି ।
ବ୍ରିଟିଶ ମିଡିଆ ରିପୋର୍ଟ ଅନୁଯାୟୀ, ସ୍ୱାମୀର ଶୁକ୍ରାଣୁରୁ ୧୦ ବର୍ଷ ପରେ ସଫଳତାପୂର୍ବକ ସନ୍ତାନ ଜନ୍ମ ଦେବା ଘଟଣା ଏକ ଚମକ୍ରାର ପରି ଲାଗୁଛି । ଉଭୟ ଏଞ୍ଜିଲିନ ଓ କ୍ରିସ ୨୦୦୭ରେ ବିବାହ କରିଥିଲେ । କିନ୍ତୁ କର୍କଟ ରୋଗରେ କ୍ରିସଙ୍କ ୨୦୦୮ରେ ମୃତ୍ୟୁ ହୋଇଥିଲା ମାତ୍ର ୨୯ ବର୍ଷ ବୟସରେ । ଏଞ୍ଜିଲିନା କହିଛନ୍ତି, ସେ ଓ ତାଙ୍କ ସ୍ୱାମୀ ସବୁବେଳେ ନିଜ ୫ ସନ୍ତାନଙ୍କୁ ନେଇ ପରିବାର ପୂରା କରିବାର ସ୍ୱପ୍ନ ଦେଖିଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ ମଧ୍ୟ ସେ ବାପା ହେବାର ଅଧିକାର ରଖିଛନ୍ତି । ସେ ଭାରି ଯତ୍ନବାନ, କୌତୁକିଆ ଥିଲେ । ତେଣୁ ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଶୁକ୍ରାଣୁ ସଂରକ୍ଷଣ କରାଯାଇଥିଲା । ସେଥିରୁ ୨୦୧୮ରେ ଏଞ୍ଜିଲିନା ଗୋଟିଏ ପୁଅ ଜନ୍ମ ଦେଇଥିଲେ । ଏବେ ଗୋଟିଏ ଝିଅ ହୋଇଛି । ୪୧ ବର୍ଷୀୟା ଏଞ୍ଜିଲିନା କୁହନ୍ତି, ପିଲାଙ୍କ ଭିତରେ ସ୍ୱାମୀଙ୍କ ଉପସ୍ଥିତି ଅନୁଭବ କରନ୍ତି ।