ପାକିସ୍ତାନକୁ ରାୱତଙ୍କ ଚେତାବନୀ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ସୀମା ଉଲ୍ଲଙ୍ଘନ କଲେ ସାଂଘାତିକ ପରିଣାମ ହେବ ବୋଲି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ବିପିନ ରାଓ୍ୱତ । ସେ କହିଛନ୍ତି, ଯଦି ଏଲଓସିରେ ଉପଦ୍ରବ କରିବାକୁ ପାକିସ୍ତାନ ଚାହୁଁଥିଲେ ତାର ଉଚିତ ଜବାବ ଦିଆଯିବ । ଜାମ୍ମୁକାଶ୍ମୀର ସ୍ଥିତିକୁ ନେଇ ସେ କହିଛନ୍ତି, କାଶ୍ମୀର ବାସୀଙ୍କ ସହ ଆମର କଥାବାର୍ତା ସ୍ବାଭାବିକ ହୋଇଛି । ବିନା ବନ୍ଧୁକରେ ଆମେ ସେମାନଙ୍କୁ ଭେଟିଛୁ । ତେଣୁ ଆଶା କରୁଛୁ ଆଗକୁ ସ୍ଥିତିରେ ସୁଧାର ଆସିବ ।
ଧାରା ୩୭୦ ଉଚ୍ଛେଦ ପରେ ଗୁଇନ୍ଦା ସୂଚନା ମିଳିଥିଲା କି ଲଦାଖ ସୀମାର ବିପରୀତ ପାଶ୍ୱର୍ରେ ପାକିସ୍ତାନ ସୈନ୍ୟ ଠୁଳ କରୁଛି । ସମାନ ସୂଚନା ପାକିସ୍ତାନ ଗଣମାଧ୍ୟମରେ କାର୍ୟ୍ୟରତ ସାମ୍ବାଦିକ ଦାବି କରିଥିଲେ । ଆଉ ସେମାନଙ୍କୁ ପିଓକେ ଲୋକ ସ୍ୱାଗତ କରୁଛନ୍ତି ବୋଲି ସାମ୍ବାଦିକ କହିଥିଲେ । ଲଦାଖ ନିକଟରେ ପାକିସ୍ତାନ ବାୟୁସେନା ଯୁଦ୍ଧ ବିମାନ ମୁତୟନ କରିଥିବା ସୂଚନା ମିଳିଥିଲା ।