ଶ୍ରାବଣ ମାସରେ ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ବସ୍ତ୍ର

(ମମତା ସାମଲ)ରିପୋର୍ଟସଟୁଡେ: ଶ୍ରାବଣ ମାସରେ ଦେବ ଦେବ ମହାଦେବକଙ୍କ ପୂଜା କରାଯାଏ । ଏହି ମାସରେ ଶିବ ଭକ୍ତମାନେ ବ୍ରତ ରଖିଥାଆନ୍ତି । ଏହି ମାସରେ ପୂଜାର ପାଠର ମହତ୍ତ୍ୱ ଯେତିକି ରହିଥାଏ ,ପୋଷାକର ରଙ୍ଗକୁ ନେଇ ମଧ୍ୟ ସେତିକି ମହତ୍ତ୍ୱ ରହିଥାଏ । ଆସନ୍ତୁ ଜାଣିବା ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାଆନ୍ତି ।
ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ । ଭୋଳାନାଥ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି କାଚ ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ ।
ଶ୍ରାବଣ ମାସରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ବାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି ।
ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।