ମଣିଷ ଚନ୍ଦ୍ରରେ ବାସ କରିବ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ମହାକାଶ ଗବେଷଣା କେନ୍ଦ୍ର (ନାସା) ଚନ୍ଦ୍ରରେ ମାନବ ବାସ ପାଇଁ ଯୋଜନା ଏକ ପ୍ରକାର ସ୍ଥିର କରୁଛି। ଏହି ବାସ ମଙ୍ଗଳ ଗ୍ରହକୁ ଯାତ୍ରା କରୁଥିବା ମହାକାଶଚାରୀଙ୍କ ମଧ୍ୟବର୍ତ୍ତୀ କାଳୀନ ବିଶ୍ରାମ ବାସ ହେବ । ସେଥିନେଇ ନାସା ତାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ସାରିଛି । ଏସମ୍ପର୍କରେ ନାସା ଟୁଇଟ କରି ଜଣାଇଛି ।
ସୂଚନା ଅନୁଯାୟୀ, ଆର୍ଟେମିସ୍‌ ପ୍ରକଳ୍ପରେ କାର୍ୟ୍ୟରତ ନାସା ସ୍ପେସ୍‌ସୁଟ୍‌ ଇଞ୍ଜିନିୟର୍‌ ଲିଣ୍ଡସେ ଏଟ୍‌କିସନ୍‌ଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକୁ ସେୟାର୍‌ କରି ଶୁକ୍ରବାର ନାସା ଟୁଇଟ୍‌ କରିଛି । ଏଥର ଆମେ ଚନ୍ଦ୍ରକୁ ଯାଉଛୁ ରହିବା ପାଇଁ । ‘ଆର୍ଟେମିସ୍‌’ ମିସନ୍‌ସ୍‌ରେ ୨୦୨୪ରେ ‘ନାସା’ ଚନ୍ଦ୍ରରେ ନୂତନ ମାନବ-ବହନକାରୀ ଲ୍ୟାଣ୍ଡର୍‌ ପରୀକ୍ଷା କରିବାକୁ ଯୋଜନା କରୁଛି। ଏହାଦ୍ୱାରା ୨୦୧୮ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ଦଳେ ମହାକାଶଚାରୀଙ୍କୁ ପ୍ରେରଣ କରିହେବ। ଆର୍ଟେମିସ୍‌ ପ୍ରୋଗ୍ରାମ୍‌ରେ ନାସା ଚନ୍ଦ୍ରକୁ ପ୍ରଥମ ମହିଳା ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି।