ବହୁ ପ୍ରତିକ୍ଷିତ ଚନ୍ଦ୍ରାୟନ-୨ ଉତକ୍ଷେପଣ ସ୍ଥଗିତ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ ଉତ୍କ୍ଷେପଣଳୁ ନେଇ ଥିବା ପ୍ରତିକ୍ଷାର ଅନ୍ତ ହେଉନାହିଁ । ଆଜି ଭୋର ୨.୫୧ରେ ଏହାର ଉତ୍କ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାର ଥିଲା। କିନ୍ତୁ ଲଞ୍ôଚଂ ଭେଇକିଲରେ ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛିଥିବା ବେଳେ ଏହା ସମସ୍ତ ଭାରତୀୟଙ୍କୁ ନିରୁତ୍ସାହିତ କରିଛି ।
ସୂଚନା ଅନୁଯାୟୀ, ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ୧୨ ଘଣ୍ଟା ପୂର୍ବରୁ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । ମାତ୍ର ୫୬ ମିନିଟ୍‌ ୨୪ ସେକେଣ୍ଡ ବାକିଥିବାବେଳେ ହଠାତ୍‌ କାଉଣ୍ଟ ଡାଉନ୍‌ ବନ୍ଦ ହୋଇଯାଇଥିଲା। ପୁଣି କେଉଁଦିନ ଉତ୍‌କ୍ଷେପଣ ହେବ ସେ ନେଇ କୌଣସି ତାରିଖ ନିର୍ଦ୍ଧାରଣ କରାଯାଇ ନାହିଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଥିରେ କୌଣସି ଦୁଃଖ ପ୍ରକାଶ କରିବାର ନାହିଁ। ତରବରିଆ ଭାବେ ତ୍ରୁଟି ସହିତ ମହାକାଶ ଯାତ୍ରା କରି ଅଘଟଣର ଶିକାର ହେବା ଅପେକ୍ଷା ତ୍ରୁଟିଶୂନ୍ୟ ହୋଇ ଯାତ୍ରା ଶ୍ରେୟସ୍କର।