(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ଅନ୍ତରୀକ୍ଷ ଅନୁସଂଧାନ ସଂଗଠନ (ଇସ୍ରୋ) ଆଜି ଦୁନିଆର ସବୁଠାରୁ ବିଶ୍ୱାସନୀୟ ମହାକାଶ କେନ୍ଦ୍ରରେ ପରିଣତ ହୋଇଛି । ବିଶ୍ୱର ପ୍ରାୟ ୩୨ ଦେଶ ଇସ୍ରୋର ରକେଟ ଦ୍ୱାରା ସେମାନଙ୍କ ଉପଗ୍ରହ ଲଞ୍ôଚଂ କରୁଛନ୍ତି । ୧୬ ଫେବ୍ରୁଆରୀ ୧୯୬୨ରେ ଡ. ବିକ୍ରମ ସାରାଭାଇ ଓ ଡ. ରାମାନାଥନ ଇଣ୍ଡିଆନ ନାସନାଲ କମିଟି ଫରର ସ୍ପେସ ରିସର୍ଚ୍ଚର ଗଠନ କରିଥିଲେ । ତିରୁବନ୍ତପୁରମର ଥୁମ୍ବାରେ ଥିବା ସେଣ୍ଟ ମେରୀ ମେଗଡେଲେନ ଚର୍ଚ୍ଚରେ ଏହି ରକେଟ ଲଞ୍ôଚଂ ସେଣ୍ଟର ନିର୍ମାଣ ହୋଇଥିଲା । ୧୯୬୩ରେ ପ୍ରଥମ ସାଉଣ୍ଡିଂ ରକେଟ ଛଡାଯାଇଥିଲା । ଏହା ମଧ୍ୟରେ ଏପରି କିଛି ବଡ ପଦକ୍ଷେପ ନେଇଛି, ଯାହା ସାରା ଦୁନିଆକୁ ଚକିତ କରିଛି ।
୧- ଯେତେବେଳେ ପାକିସ୍ତାନର ଆତଙ୍କରେ ଭାରତୀୟମାନେ ଅତିଷ୍ଠ ହୋଇପଡିଥିଲେ ସେତେବେଳେ ଇସ୍ରୋ ସହାୟତାରେ ଭାରତୀୟ ସେନା ବାଲାକୋଟ ଏୟାର ଷ୍ଟ୍ରାଇକ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା । ୨- ୨୦୦୭ ନଭେମ୍ବରରେ ଋଷର ଅନ୍ତରୀକ୍ଷ କେନ୍ଦ୍ର ରାସକାସମାସ ଏହି ପ୍ରୋଜେକ୍ଟ ପାଇଁ ଲ୍ୟାଡର ତିଆରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୨୦୦୯ରେ ଚନ୍ଦ୍ରାୟନ-୨ର ଡିଜାଇନ ପ୍ରସ୍ତୁତ ହେଲା । ଜାନୁଆରୀ ୨୦୧୩ରେ ଏହାର ଲଞ୍ôଚଂ ପାଇଁ ଦିନ ଧାର୍ଯ୍ୟ ହେଲା । କିନ୍ତୁ ଋଷ ଲ୍ୟାଡର ଦେଇ ପାରିଲାନାହିଁ । ଏହାପରେ ଇସ୍ରୋ ବୈଜ୍ଞାନିକ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି କରିଥିଲେ ଲ୍ୟାଡର ଓ ରୋବର । ୩- ୧୫ ଫେବ୍ର୍ରୁଆରୀ ୨୦୧୭ରେ ଇସ୍ରୋ ପିଏସଏଲବି-ସି ୩୭ ରକେଟରେ କାଣ୍ଟୋସେଟ- ସମେତ ୧୦୪ଟି ଉପଗ୍ରହ ଏକା ସାଙ୍ଗରେ ଲଞ୍ଚ କରି ରେକର୍ଡ କରିଥିଲା । ୪- ୨୦୧୩ରେ ପ୍ରଥମ ପଦକ୍ଷେପରେ ମଙ୍ଗଳଯାନ ଲଞ୍ଚ କରିବାରେ ସକ୍ଷମ ହୋଇଥିଲା । ୫- ୨୦୦୮ରେ ଚନ୍ଦ୍ରୟାନ -୧ ଲଞ୍ଚ କରି ୩୧୨ ଦିନର ପରୀକ୍ଷଣ ପରେ ଚନ୍ଦ୍ରରେ ପାଣି ଥିବା ଦୁନିଆକୁ ଜଣାଇଥିଲା । ୬- ୧୯୮୪ରେ ସେଭିୟତ ୟୁନିୟନର ରକେଟରେ ଅନ୍ତରୀକ୍ଷକୁ ଯାତ୍ରା କରି ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମା ରେକର୍ଡ କରିଥିଲେ । ୮- ୧୯୭୯ରେ ଇସ୍ରୋ ପ୍ରଥମ ଅର୍ଥ ନିରୀକ୍ଷଣ ସାଟେଲଶଇଟ ଭାଷ୍କର-୧ ଛାଡିଥିଲା ଓ ୧୯୮୦ରେ ରୋହିଣୀ ଉପଗ୍ରହଣର ସଫଳ ପରୀକ୍ଷଣ କରାଯାଇଛି । ୧୯୭୫ରେ ଦେଶର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟ ଲଞ୍ଚ କରି ଇସ୍ରୋ ଇତିହାସ ରଚିଥିଲା । ଅବଶ୍ୟ ଏହାକୁ ସୋଭିୟତ ୟୁନିୟନ ଲଞ୍ଚ କରିଥିଲା କିନ୍ତି ଇସ୍ରୋ ପାଇଁ ଏହା ସବୁଠାରୁ ବଡ ଶିକ୍ଷା ଥିଲା ।