(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗା ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ନାଗର ସଫଳ ପରୀକ୍ଷଣ ପରେ ଏହା ଭାରତୀୟ ବାୟୁସେନାର ଏକ ଶକ୍ତିଶାଳୀ ଶସ୍ତ୍ର ହେବ, ଯାହା ଶତ୍ରୁର ନିଦ ହଜାଇ ଦେବ ।
ନାଗ ହେଉଛି ଏକ ଆଣ୍ଟି-ଟ୍ୟାଙ୍କ ମିସାଇଲ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଦିନର ଆଲୋକ ଓ ରାତ୍ରୀର ଅନ୍ଧକାରରେ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି । ରବିବାର ଉଭୟ ଦିନ ଓ ରାତିରେ ନାଗ ମିସାଇଲର ପରୀକ୍ଷଣ କରାଯାଇଥିଲା। ୩ଟି ଯାକ ପରୀକ୍ଷଣ ସଫଳ ହୋଇଥିବା । ଡିଆରଡିଓର ଅଧିକାରୀ କହିଛନ୍ତି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗତବର୍ଷ ୫୨୪ କୋଟି ଟଙ୍କାରେ ଡିଆରଡିଓ ଦ୍ୱାରା ଡିଜାଇନ୍ ଓ ବିକଶିତ ହୋଇଥିବା ନାଗା ମିସାଇଲ ସିଷ୍ଟମ କିଣିବାକୁ ମଞ୍ଜୁରୀ ଦେଇଥିଲା। ଆଜି ମଧ୍ୟ ଡିଆରଡିଓ ଏହି ମସାଇଲ୍ର ଅଧିକ କ୍ଷମତା ମାପିବା ପାଇଁ କିଛି ପରୀକ୍ଷା କରିଥିବା ଜଣାପଡ଼ିଛି।