ଦେଶରେ ୧୬ କୋଟିରୁ ଅଧିକ ଲୋକ ମଦ୍ୟପାନ କରନ୍ତି

(ରିିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ) : ଦେଶରେ ଏବେ ନିଶାସକ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ସ୍ମୁଲ ଯାଉଥିବା ପିଲାମାନେ ବି ନିଶାସେବନ କରିବା ଆରମ୍ଭ କଲେଣି । ମଦ ଗଂଜେଇ ଏବଂ ଅଫିମ ପରି ବିଭିନ୍ନ ନିଶାଦ୍ରବ୍ୟ ସେବନ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଛି । ଦେଶରେ ଏବେ ୧୬ କୋଟିରୁ ଅଧିକ ଲୋକ ମଦ୍ୟପାନ କରୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୫.୭ କୋଟି ଲୋକ ନିଶାସକ୍ତ । ୩.୧ କୋଟି ଲୋକ ଗଂଜେଇ ବ୍ୟବହାର କରୁଛନ୍ତି । ରାଜ୍ୟସଭାରେ ସମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱାର ଚାନ୍ଦ ଗେହଲଟ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ୧୦.୭୫ ବର୍ଷ ବୟସ ମଧ୍ୟରେ ୧.୧୮ କୋଟି ଲୋକ ସେଡ଼ିଟିଭ୍ସ ନେଉଥିବାବେଳେ ୭୭ ଲକ୍ଷ ଲୋକ ଇନହେଲାଣ୍ଟଓ ବ୍ୟବହାର କରୁଛନ୍ତି । ସରକାରଙ୍କ ପକ୍ଷରୁ ଏବେ ୧୦ ଟି ବଡ଼ ସହରର ସ୍ମୁଲ ଗୁଡ଼ିକର ସର୍ବେକ୍ଷଣ କରାଯାଉଛି । ସ୍କୁଲ ଏବଂ କଲେଜ ଛାତ୍ରମାନେ କେଉଁ ପ୍ରକାର ନିଶାଦ୍ରବ୍ୟ ଗ୍ରହଣ କରୁଛନ୍ତି ତାହା ଏଥିରୁ ଜଣାପଡ଼ିବ ।
ଗେହଲଟ ସଂସଦରେ ତଥ୍ୟ ର୍ି କହିଛନ୍ତି ଯେ ୨୦୧୮ରେ ନିଶାସେବନ ନେଇ ଏକ ବଡ଼ ସର୍ବେକ୍ଷଣ କରାଯାଇଥିଲା । ଏହାର ଦାୟିତ୍ୱ ନ୍ୟାସନାଲ ଡ଼୍ରଗ୍ ଡ଼ିପେଣ୍ଡ୍ସ ସେଣ୍ଟର ଏବଂ ଏମସ ନୂଆଦିଲ୍ଳୀକୁ ଦିଆଯାଇଥିଲା । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ଏହି ସର୍ଭେ କରାଯାଇଥିଲା ।ଏଥିରେ ୨ ଲକ୍ଷ ୧୧୧ ପରିବାରକୁ ସାକ୍ଷାତ କରି ନିଶା ଦ୍ରବ୍ୟର ଉପଯୋଗୀର ସୀମା ଏବଂ ପଦ୍ଧତି ସଂପର୍କରେ ୪ ଲକ୍ଷ ୭୪ ହଜାର ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା ।