ନିଯୁକ୍ତି ଦାବିରେ ଆମରଣ ଅନସନରେ ଅଣ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ

(ସରୋଜ ରାଉତ) ଭୁବନେଶ୍ୱର: ଅଣ ନିଯୁକ୍ତ ସରକାରୀ ଓ ବେସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ନିଯୁକ୍ତ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଏନେଇ ସଂଘର ସଭାପତି ପାର୍ଥସାରଥୀ ଜେନାଙ୍କ ଅଧ୍ୟକ୍ଷତାରେ ଗତକାଲି ଠାରୁ ସଂଘ ଭୁବନେଶ୍ୱର ଲୋୟର ପିଏମଜିଠାରେ ଆମରଣ ଅନସନରେ ବସିଛି । ଆଜି ଏକ ଦାବିପତ୍ର ସଂଘ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପ୍ରଦାନ କରିଛି । ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆଗାମୀ ୪ ତାରିଖରେ ସଂଘ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମାହୂତି ଦେବ ବୋଲି ପାର୍ଥସାରଥୀ କହିଛନ୍ତି ।
ପାର୍ଥସାରଥୀଙ୍କ ଅନୁଯାୟୀ, ସରକାରୀ ଓ ବେସରକାରୀ ତାଲିମ କେନ୍ଦ୍ରରେ ତାଲିମ ଶେଷ କରିଥିôା ସମସ୍ତ ସଭ୍ୟଙ୍କୁ ସରକାର ୨୦୦୬ରୁ କୌଣସି ନିଯୁକ୍ତି ଦେଇ ନାହାନ୍ତି । ସରକାର ଯଥାଶୀଘ୍ର ସମସ୍ତ ତାଲିମ ପ୍ରପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଅନ୍ତୁ । ନଚେତ ଆଗାମୀ ୪ ତାରିଖରେ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମାହୂତି ଦେବେ ।
ଏଥିନେଇ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀ ସେମାନଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।