(ପ୍ରିୟଦର୍ଶନୀ ସ୍ୱାଇଁ): ଝାରୁସୁଗୁଡ଼ା ରେଙ୍ଗାଲି ଥାନା ଅର୍ନ୍ତଗତ ପଲସଦା ପଞ୍ଚାୟତ ଝାରୁପଡ଼ା ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ହାତୀ ଓଡ଼ାଇବା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାର ମୃତ୍ୟୁ ହୋଇଛି । ରେଙ୍ଗାଲି ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଚେଦ ପାଇଁ ମେଡ଼ିକାଲକୁ ପଠାଇ ଦିଆଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।