(ପ୍ରିୟଦର୍ଶନୀ ସ୍ୱାଇଁ): ବ୍ୟାସଦେବ ନଗର ସହରର ଧବଳଗିରି-ଫେରୋକ୍ରୋମ ରାସ୍ଥାର ଡ଼ାହାଣ ପାଶ୍ୱର୍ରେ ଏକ ପୋଖଫରୀରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଧବଳଗିରିର ମହେନ୍ଦ୍ର ସିଂ ଙ୍କ ୩୬ବର୍ଷୀୟ ପୁତ୍ର ଦେବାଶିଷ ସିଂ ଓରଫ ନିଲୁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ନା ଗୋଡ଼ ଖସି ମୃତ୍ୟୁ ହୋଇଛି ଏହାର କାରଣ ଜଣାପଡ଼ିନଥିବା ବେଳେ କେହି ଦୁବୃର୍ତ୍ତ ଦେବାଶିଷ ସିଂକୂ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।