ଇସ୍ରୋ ପକ୍ଷରୁ ସଫଳତାର ସହ ରିସାଟ-ଟୁ-ବି କକ୍ଷପଥରେ ଅବସ୍ଥାପନ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ସକାଳୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ସଫଳତା । ଭୂପୃଷ୍ଠ ପର୍ୟ୍ୟବେକ୍ଷଣ କରିପାରୁଥିବା କୃତ୍ରିମ ଉପଗ୍ରହ ରେଡର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌-ଟୁ-ବି (ରିସାଟ୍‌-ଟୁ-ବି)କୁ ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ-ସି-ଫର୍ଟିସିକ୍ସ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରିଛି। ସକାଳ ୫: ୩୦ଟାରେ ପିଏସ୍‌ଏଲ୍‌ଭିକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେଶ ସେଣ୍ଟର୍‌ରୁ ଉତ୍‌କ୍ଷେପଣ କରାଯାଇଛି।
ପିଏସ୍‌ଏଲ୍‌ଭି-ସି-ଫଟିସିକ୍ଟ୍‌ ରିସାଟ୍‌-ଟୁ-ବି ଅଭିଯାନ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ୬୧୫ କିଲୋ ବିଶିଷ୍ଟ ସାଟେଲାଇଟ୍‌ ଉତ୍‌କ୍ଷେପଣ ଥିଲା ଶ୍ରୀହରିକୋଟାର ୪୮ତମ ଅଭିଯାନ। ଉତ୍‌କ୍ଷେପିତ ହେବାର ୧୫ ମିନିଟ୍‌ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି। ରିସାଟ୍‌-ଟୁବିକୁ ସର୍ଭିଲେନ୍‌ସ୍‌, କୃଷି, ବନସ୍ପତି ଏବଂ ପ୍ରାକୃତିକ ବିପର୍ୟ୍ୟୟ ଆଦି କ୍ଷେତ୍ରରେ ଉପଯୋଗ କରାଯିବ।