(ରିପୋଟରର୍ସ ଟୁଡେ/ଭୁବନେଶ୍ୱର) : ଅଧିକାଂଶ ଲୋକ ଆମିଷ ଖାଇବାକୁ ରୁଚି ରଖିଥାନ୍ତି । ତେବେ ମଟନ ସମସ୍ତେ ଖାଇଥିବେ । ଆଜି ପ୍ରସ୍ତୁତ କରନ୍ତୁ କଲିଜା ଚିଲ୍ଲି ।
ଆବଶ୍ୟକୀୟ ସାମଗ୍ରୀ: ମଟନ କିମ୍ବା ଚିକେନ କଲିଜା -୫୦୦ଗ୍ରାମ,ପିଆଜ-୩ଟି,ଟମାଟୋ-୨ଟି ,ଗରମ ମସଲା ଗୁଣ୍ଡ-୧ଚାମଚ,ଅଦାସୁଣ ପେଷ୍ଟ-୪ଚାମଚ,ଜିରା-୧ଚାମଚ,କଞ୍ଚାଲଙ୍କା-୪ଟି, ଗୁଜୁରାତ,ଲବଙ୍ଗ-୨ଟି,ହଳଦିଗୁଣ୍ଡ-୧ଚାମଚ,ଡ଼ାଲଚିନ-୧ଟି, ଲୁଣ –ସ୍ୱାଦନୁଶାରେ ।
ପ୍ରସ୍ତୁତ ପ୍ରଣାଳି: ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଅନ୍ୟପଟେ ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ ଛୋଟ କାଟନ୍ତୁ। କଡ଼େଇରେ ତେଲ ଗରମ କରି ପିଆଜକୁ ଭଲ ଭାବେ ଭାଜନ୍ତୁ। ପିଆଜ ଲାଲ ହୋଇ ଆସିଲେ ସେଥିରେ ଅଦା-ରସୁଣ ଛେଚା ଓ କଞ୍ଚାଲଙ୍କା ପକାଇ କଷନ୍ତୁ। ଏହା କଷି ହୋଇଗଲେ ସେଥିରେ ଟମାଟୋ, ଦହି, କଲିଜା, ଲୁଣ, ହଳଦି ଓ ଗରମ ମସଲା ଦେଇ ଘୋଡ଼ାଇ ଦିଅନ୍ତୁ । କଲିଜା ସିଝିବା ପ୍ରର୍ଯ୍ୟନ୍ତ କସନ୍ତୁ । କଲିଜା ସିଝିଗଲେ ସେଥିରେ କଟା ଧନିଆପତ୍ର ଦେଇ ପରଷନ୍ତୁ ଗରମା ଗରମ ‘କଲିଜା ଚିଲ୍ଲି ।