ତୀରନ୍ଦାଜ୍ ହୀନା ଓ ଅଙ୍କୁରଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସୁପାରିଶ

(ରିପୋର୍ଟସ ଟୁଡ଼େ) ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ରାଇଫଲ୍ସ ସଂଘ ମହିଳା ତୀରନ୍ଦାଜ୍ ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ଦେବା ପାଇଁ କ୍ରିଡା ମନ୍ତ୍ରାଳୟକୁ ସୁପାରିଶ କରିଛି । ବର୍ତ୍ତମାନ ସୁଦ୍ଧା ଖେଳରତ୍ନ ପାଇଁ ୪ ଜଣଙ୍କ ନାଁ ସୁପାରିଶ ହୋଇସାରିଛି । କୁସ୍ତି ସଂଘ ମଧ୍ୟ ବିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ନାଁ ଖେଳରତ୍ନ ପାଇଁ କ୍ରୀଡା ମନ୍ତ୍ରାଳୟକୁ ସୁପାରିଶ କରିଛି ।
ଏସିଆନ୍ ଚାମ୍ପିୟନସିପରେ କାଂସ୍ୟ ପଦକ ବିଜେତା ହୀନା ୨୦୧୩ରେ ଆଇଏସଏସଏଫ ବିଶ୍ୱକପ ଫାଇନାଲର ୧୦ ମିଟର ଏୟାର ପିସ୍ତଲ ବିଭାଗରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୯ ବର୍ଷିୟ ହୀନା ମହିଳା ବିଭାଗରେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଓ ୨୫ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି । ୨୦୧୪ରେ ତାଙ୍କୁ ପ୍ରତିଷ୍ଠିତ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
ଅନ୍ୟପଟେ ଅଙ୍କୁର ଠାକୁର୍ ୨୦୧୮ରେ ଦକ୍ଷିଣ କୋରିଆର ଚାଙ୍ଗବୋନରେ ହୋଇଥିବା ଆଇଏସଏସଏଫ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ୍ରେ ଡବଲ ଟ୍ରାପ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ବ୍ୟତୀତ ସେ ୨୦୧୭ ବିଶ୍ୱ ଚାମ୍ପିୟନସିପ୍ରେ ରଜତ ପଦକ ଜିତିଥିଲେ । ଗତବର୍ଷ ତାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଚୟନ କରାଯାଇଥିଲା ।