(ଋିପୋଟରର୍ସ ଟୁଡ଼େ): ସାଓ ପାଓଲୋ ଫ୍ୟାଶନ ଉଇକ୍ର ଶେଷ ଦିନ ଅତ୍ୟନ୍ତ ଦୁଃଖଦ ରହିଥିଲା । ଜଣେ ବ୍ରାଜିଲିଆନ୍ ମଡେଲ ରାମ୍ପ ଓ୍ଵାକ୍ କରୁଥିବା ସମୟରେ ହଠାତ୍ ତଳେ ପଡ଼ି ଯାଇଥିଲେ । ଯାହା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଶନିବାର ମଡେଲ ଜଣଙ୍କ କ୍ୟାଟ୍ ଓ୍ଵାକ୍ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଏ ପର୍ୟ୍ୟନ୍ତ ମଡେଲଙ୍କର ମୃତ୍ୟୁ ପଛର କାରଣ ଜଣା ପଡ଼ି ପାରି ନାହିଁ ।