(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ:ଆସନ୍ତା ସପ୍ତାହରେ ତାମିଲନାଡୁ ଓ ପଣ୍ଡିଚେରୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବାର ଆଶଙ୍କା ଦେଖାଯାଇଛି । ଚେନ୍ନାଇସ୍ଥିତ ଭାରତୀୟ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ମହାସାଗର ଏବଂ ଏହାର ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ତାମିଲନାଡୁ ଉପକୂଳ ଆଡକୁ ମୁହାଁଉଛି । ଫଳରେ ଝଡ଼ର ରୂପ ନେଇ ବର୍ଷା ହୋଇପାରେ।
ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୨୫ରେ ଭାରତ ମହାସାଗର ଏବଂ ଏହାର ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏପ୍ରିଲ ୨୭ ବେଳକୁ ଉପକୂଳ ଆଡକୁ ମୁହାଁଇବ। ଏପ୍ରିଲ ୨୯ ତାରିଖ ବେଳକୁ ଏହା ଘୂର୍ଣ୍ଣିଝର ରୂପ ନେବ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ ।