ଚାଇନାରେ ଅଛି ସ୍ୱର୍ଗର ସିଡ଼ି

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଚାଇନାରେ ରହିଛି ସ୍ବର୍ଗର ଦରଜା। ‘ଦ ଗ୍ରେଟ୍‌ ଓ୍ବାଲ୍‌ ଅଫ୍‌ ଚାଇନା’ ହେଉଛି ଏମିତି ଏକ ସ୍ଥାନ ଯେଉଁଠାରୁ ସ୍ବର୍ଗକୁ ଭଲ ଭାବେ ଦେଖିହେବ। ଏଠାରେ ତିୟାନମେନ୍‌ ମାଉଣ୍ଟେନ ବି ରହିଛି। ଯାହାକୁ ସ୍ବର୍ଗର ଶିଡ଼ି କୁହାଯାଏ।
ଏହି ପର୍ବତରେ ଥିବା ଗୁମ୍ଫା ବିଶ୍ୱର ସବୁଠୁ ଉଚ୍ଚ ଗୁମ୍ଫା। ଏହାର ଉଚ୍ଚତା ୧୫୨୮ ମିଟର ଅର୍ଥାତ ପ୍ରାୟ ୫ ହଜାର ଫୁଟ ଉଚ୍ଚ। କୁହାଯାଏ ୨୫୩ ଶତାବ୍ଦୀରେ ଏହି ପାହାଡ଼ର କିଛି ଅଂଶ ଭାଙ୍ଗି ପଡ଼ିଥିଲା। ପରେ ଏକ ଗୁମ୍ଫା ନିର୍ମାଣ ହୋଇଥିଲା।୧୯୬ ଫୁଟ ଏବଂ ୧୮୭ ଫୁଟ ଚଉଡ଼ା ବିଶିଷ୍ଟ ଏହି ଗୁମ୍ପାକୁ ପୂରା ବାଦଲ ଢାଙ୍କି ରଖିଥାଏ। ଏହି କାରଣ ଯୋଗୁ ଏହାକୁ ସ୍ବର୍ଗର ଦରଜା କୁହାଯାଏ।
ବିଶ୍ୱରେ ଅନେକ ଗୁମ୍ଫା ରହିଛି। ମାତ୍ର ଏହି ଗୁମ୍ଫା ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏହି ଗୁମ୍ପା ଉପରକୁ ଚଢ଼ିଲାବେଳେ ସମଗ୍ର ଚାଇନାକୁ ଦେଖିପାରିବେ। ଏଠାକୁ ଚଢ଼ିବାବେଳେ ବାଦଲ ଭିତରେ ପଶିବା ପରି ଅନୁଭବ କରିବେ। କୁହାଯାଏ, ୨୦୦ ଶତାବ୍ଦୀରେ ତିୟାନମେନ୍‌ ପାହାଡ଼ ନିକଟରେ ଏକ ଜଳପ୍ରପାତ ବି ଥିଲା। ଏହା ମାତ୍ର ୧୫ ମିନିଟ୍‌ ପାଇଁ ଦୃଶ୍ୟମାନ ହୁଏ। ଏହା ପରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଏ। ଏହାର ପାଣି ୧୫୦୦ ମିଟର ଉଚ୍ଚରୁ ସିଧା ତଳକୁ ପଡ଼ିଥାଏ। ଏବେ ଏହି ଜଳପ୍ରପାତର ଚିହ୍ନବର୍ଣ୍ଣ ନାହିଁ।