ଯୁବତୀଙ୍କ ମୃତଦେହ ଉଦ୍ଧାର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ରାୟଗଡ଼ା ଜିଲ୍ଲା ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ଗତକାଲି ଠାରୁ ନିଖୋଜ ଥିଲେ । ଏନେଇ ଟାଉନ ଥାନାରେ ପରିବାର ଲୋକେ ଝିଅର ନିଖୋଜ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବତୀଙ୍କ ନାମ କୋ ସରୋଜିନୀ ଓ ତାଙ୍କ ଘର ବକିଟିସାହିରେ ବୋଲି ଜଣାପଡ଼ିଛି । କିନ୍ତୁ ଯୁବତୀଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନା ହତ୍ୟା ତାହା ସମ୍ପର୍କରେ କୈାଣସି ସୂଚନା ମିଳିନାହିଁ । ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।