(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ଗତକାଲି ଦେବଗଡ଼ ଥାନାଞ୍ଚଳର ଜଣେ ୨୨ ବର୍ଷ ବୟସ୍କା ଆଦିବାସୀ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ରବିବାର ସକାଳେ ଯୁବତୀ ଜଣକ ନିଜ ଘର ପଛ ବାଡ଼ିକୁ ଶୌଚ ପାଇଁ ଯାଇଥିଲେ। ସେତେବେଳେ ଦେବଗଡ଼ ଥାନା ସାନଶିରୋଡିହି ଗାଁ’ର ଅଜିତ ବଡ଼ାଇକ ଓ ରାଉରକେଲାରୁ ଆସିଥିବା ତାର ୨ ଜଣ ସାଙ୍ଗ ଯୁବୀତଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ୩ ଜଣ ଯାକ ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଏ ସଂପର୍କରେ କାହାକୁ କିଛି କହିଲେ କି ପୁଲିସ୍କୁ ସୂଚନା ଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ଯୁବତୀ ଜଣକ ଘରକୁ ଆସି ପରିବାର ଲୋକଙ୍କୁ କହିବା ପରେ ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍ ଏ ନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖବର ଲେଖାଯିବା ପର୍ୟ୍ୟନ୍ତ ଅଭିଯୁକ୍ତମାନେ ଧରାପଡ଼ି ନଥିବା ଜଣାପଡ଼ିଛି।