ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଆଜି ଭୁବନେଶ୍ୱର ଉତ୍ତର ଓ ମଧ୍ୟର ବହୁ ଦଳରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସବୁ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ନିଜ ନିଜର ଶକ୍ତି ପ୍ରଦର୍ଶନ ସହ ଏଡିଏମଙ୍କ ଦଫ୍ତରକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉତ୍ତର ଭୁବନେଶ୍ୱର ପାଇଁ ରାଜକୁମାର ରାଉତ- ସ୍ୱାଧୀନ, ଇତିଷ ପ୍ରଧାନ- କଂଗ୍ରେସ, ସୁଶାନ୍ତ ରାଉତ- ବିଜେଡି, ସୁଧାଂଶୁ ପଣ୍ଡା- ସ୍ୱାଧୀନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲା ବେଳେ ମଧ୍ୟମରୁ ସଂଯୁକ୍ତା ମହାନ୍ତି- ସ୍ୱାଧୀନ, ଅନନ୍ତ ନାରାୟଣ ଜେନା- ବିଜେଡି, ରାଜୀବ ପଟ୍ଟନାୟକ- କଂଗ୍ରେସ ମଧ୍ୟ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।