କଟକ: ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ହେମନ୍ତ କୁମାର ରାଉତ) ଚୌଦ୍ୱାର: କଟକ ଜିଲ୍ଲା ଆଠଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ବିଭିନ୍ନ ଦଳର ହେଭିୱେଟ ନେତାମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୦୧୯ ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସରୁ ଉମାବଲ୍ଲଭ ରଥ, ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ବିଜୟ କୁମାର ଦଳବେହେରା ଓ କଂଗ୍ରେସରୁ ବବି ମହାନ୍ତି ସେମାନଙ୍କ ସମ୍ମର୍ଥକମାନଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଶାସକ ଦଳ ନିଜର ବିକାଶ ମୁଦ୍ଦାକୁ ନେଇ ନିର୍ବାଚନ ମଇଦାନକୁ ଓଲ୍ହାଇଥିବା ବେଳେ ବିରୋଧୀ ସରକାରଙ୍କ ସ୍ଥାଣୁତା ଓ ଦୁର୍ନୀତିକୁ ନେଇ ନିର୍ବାଚନ ଲଢିବ ବୋଲି କହିଛି ।