ସୁବର୍ଣ୍ଣପୁରରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

(ଓମପ୍ରକାଶ ମିଶ୍ର/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ରାମକୃଷ୍ଣ ନଗର ଠାରେ ଭାରତୀୟ ଜନତା ପାର୍ଟିର କାର୍ୟ୍ୟାଳୟ ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଭାପତି ବିଜୟ ମହାକୁଡ ଓ ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀଙ୍କ ଦ୍ୱାରା ଏହି କାର୍ୟ୍ୟାଳୟ ଉଦଘାଟିତ ହୋଇଛି । ଆଗାମୀ ନିର୍ବାଚନର ସୁପରିଚାଳନା ସହ କର୍ମୀମାନଙ୍କ ସହ ବିଭିନ୍ନ ଆଲୋଚନା ପାଇଁ ଏହି କାର୍ୟ୍ୟାଳୟ ବେଶ ସହାୟକ ହେବ ବୋଲି ପୂଜାରୀ କହିଛନ୍ତି । ଏହି ଉଦଘାଟନୀ ସମାରୋହରେ ବହୁ କର୍ମୀ ଯୋଗଦେଇଥିଲେ ।