୧ ଏପ୍ରିଲରୁ ସରକାରୀ ପେନସନ ସ୍କିମରେ ପରିବର୍ତ୍ତନ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୧ ଏପ୍ରିଲରୁ ଆରମ୍ଭ ହେବ ନୂଆ ବର୍ଷ । ଏହି ନୂଆ ବର୍ଷ ଆରମ୍ଭରୁ ହିଁ ଅନେକଗୁଡିଏ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ଲାଭ ନାଗରିକମାନେ ଉଠାଇ ପାରିବେ । ଏହି ଲାଭ ଶ୍ରେଣୀରେ ରହିଛି ନାଶନାଲ ପେନସନ ସ୍କିମ (ଏନପିଏସ) । ଏନପିଏସ ହେଉଛି ଏକ ସରକାରୀ ରିଟାୟର୍ଡମେଣ୍ଟ ସେଭିଂ ସ୍କିମ। ଏହାକୁ କେନ୍ଦ୍ର ୧ ଜାନୁଆରୀ ୨୦୦୪ରୁ ଆରମ୍ଭ କରିଥିଲା ।ଏହା ଅନ୍ତର୍ଗତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଯୋଜନାରେ ନିବେଶ କରିବା ଜରୁରୀ ହୋଇପଡିଛି ।
ସରକାର ଏନପିଏସ୍କୁ ୩ ଏଗ୍ଜେମ୍ପଟ ମାନ୍ୟତା ଦେଇଛି । ଅର୍ଥାତ୍ ଏହି ସ୍କିମରେ ଲଗାଯିବା ଅର୍ଥ, ଏଥିରୁ ଆସିବା ସୁଧ ଓ ମାଚୁରିଟି ପରିୟଡ ପୂରା ହେଲେ ମିଳୁଥିବା ଅର୍ଥ ଉପରେ କୌଣସି ଟାକ୍ସ ଲାଗୁ ହେବ ନାହିଁ ।
ଏହା ବ୍ୟତୀହତ ଏନପିଏସ ଅନୁଯାୟୀ ସରକାର ତରଫରୁ ଦିଆଯାଉଥିବା ଯୋଗଦାନ ବେସିକ୍ ସାଲାରୀର ୧୪ ପ୍ରତିଶତ ହେବ, ଯାହା ଏପର୍ଯ୍ୟନ୍ତ ସରକାର ବେସିକ ସାଲାରୀ ଉପରେ ୧୦ ପ୍ରତିଶତ ଯୋଗଦାନ ଥିଲା । ଏହାର ଲାଭ କେନ୍ଦ୍ର ସରକାରର ଲକ୍ଷଲକ୍ଷ କର୍ମଚାରୀ ପାଇପାରିବେ ।