ସତ୍ୟବାଦୀରୁ ବିଜେଡି ସୁପ୍ରିମୋଙ୍କ ବିଶ୍ୱାସଭାଜନ ହୋଇଛନ୍ତି ଉମାକାନ୍ତ

(ଜୟନ୍ତ ସେଠୀ) ଗୋପ: ଚର୍ଚ୍ଚାରେ ଥିବା ସତ୍ୟବାଦୀ ନିର୍ଵାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଲଢିବେ ଉମାକାନ୍ତ ସାମନ୍ତରାୟ । ଟିକେଟ ଲବିରେ ବହୁ ଅ।ଶାୟୀ ଥିବା ବେଳେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶ୍ଵାସଭାଜନ ହୋଇପାରିଛନ୍ତି ଉମାକାନ୍ତ ସାମନ୍ତରାୟ । ଗତ ଥର ସ୍ଵାଧୀନ ଭାବରେ ନିର୍ଵାଚନ ଲଢିଥିବା ଉମାକାନ୍ତ ଙ୍କ ଉପରେ ବିଜେଡି ଦଳ ବିଶ୍ଵାସ ରଖି ଟିକେଟ ଦେଇଥିବା ବେଳେ ଅଂଚଳର ବିକାଶ ଓ ନବୀନ ବାବୁଙ୍କର ଲୋକପ୍ରିୟତା ଏହି ନିର୍ଵାଚନ ବୈତରଣୀ ପାର କରାଇବ ବୋଲି ଉଭୟ ଉମାକାନ୍ତ ଓ ବିଡେଡି କର୍ମୀ ଅ।ଶା ରଖିଛନ୍ତି ।