ସିପିଆଇ(ଏମ) ଘୋଷଣା କଲା ତାରକା ପ୍ରଚାରକ ତାଲିକା

(ସରୋଜ ରାଉତ / ଭୁବନେଶ୍ୱର): ଆଗାମୀ ନିର୍ବାଚନ ପାଇଁ ସିପିଆଇ (ଏମ) ଓଡିଶା ରାଜ୍ୟ କମିଟି ପକ୍ଷରୁ ତାରକା ପ୍ରଚାରକ ତାଲିକା ଘୋଷିତ ହୋଇଛି । ଏଥିରେ ୪୦ ଜଣଙ୍କ ନାମ ସିଇଓଙ୍କୁ ପ୍ରଦାନ କରାଯାଇଛି । ତାଲିକାରେ ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ପଲିଯ୍ବ୍ୟୁରୋ ସଭ୍ୟ ପ୍ରକାଶ କରାଟ, ଡଃ ସୂର୍ଯ୍ୟକାନ୍ତ ମିଶ୍ର, ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ବିଷ୍ଣୁ ମହାନ୍ତି, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ଶିଶିର ହୁଇ, ପୁଷ୍ପା ଦାଶ, ନିର୍ମଳ ନାୟକ ଏବଂ ରାଜ୍ୟ କମିଟି ସଭ୍ୟ ବରିଷ୍ଠ ନେତା ଶିବାଜୀ ପଟ୍ଟନାୟକ, ଲକ୍ଷ୍ମଣ ମୁଣ୍ଡା, ପ୍ରଦୀପ ପଣ୍ଡା, ପ୍ରମୋଦ ସାମଲ, ଲମ୍ବୋଦର ନାୟକ, ତାପସୀ ପ୍ରହରାଜ, ଜମେଶ୍ୱର ସାମନ୍ତରାୟ, ବଦ୍ରି ନାରାୟଣ ଦାଶ, ଯଦିନ ମହାନ୍ତି, ଗିରେନ୍ଦ୍ର ଗୋସ୍ୱାମୀ, ଲୋଭାକାନ୍ତ ସ୍ୱାଇଁ, ଭୀମସେନ ସ୍ୱାଇଁ, କୈଳାଶ ଷଡଙ୍ଗୀ, ଶରତ ବେହେରା, ଅନନ୍ତ ମଙ୍ଗରାଜ, ନିତ୍ୟାନନ୍ଦ ପରିଡା, ସାଲ ମାରାଣ୍ଡି, ବ୍ରଜ ମାଝି, ରାମଚନ୍ଦ୍ର ନାୟକ, ଗୟାଧର ଧଳ, ଦଣ୍ଡପାଣି ରଇତ, ବସନ୍ତ ମାଝି, ଅଭିରାମ ବେହେରା, ବିଶ୍ୱଜିତ ଚାଟାର୍ଜୀ, ବିଜୟ ନାୟକ, ରାକେଶ ଜାନି ଓ ଦିବ୍ୟସିଂହ ନାୟକଙ୍କ ସ୍ଥାନ ପାଇଛନ୍ତି ।