ଯୁବକ ଠେଲା ପେଲାରେ ବୃଦ୍ଧଙ୍କ ମୃତ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଗଂଜାମ ଜିଲ୍ଲା ପାଟପୁର ଥାନା ଗୋପଳପୁର ପଞ୍ଚୟତରେ ଅଭାବନୀୟ ଘଟଣା ଘଟିଛି । ଚାଉଳ ପାଇଁ ଜଣେ ବୟସ୍କ ବ୍ୟକ୍ତି ଧାଡ଼ିରେ ଛିଡ଼ା ହୋଇଥିଲେ । ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକଙ୍କ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଧାଡ଼ିରେ ଛିଡ଼ା ହୋଇଥିବା ସମ୍ପୃକ୍ତ ଯୁବକ ବୃଦ୍ଧଙ୍କୁ ଠେଲାପେଲା କରିଥିଲେ । ଅଭିଯୁକ୍ତଙ୍କ ଠେଲାପେଲାରେ ତଳେ ପଡ଼ି ବୃଦ୍ଧଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଫଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ଯୁବକଙ୍କୁ ଅଟକ ରଖିଛି ।