ସହଜରେ ବନାନ୍ତୁ ‘କଡାଇ ମଟନ’

(ପ୍ରିୟଦର୍ଶନୀ ସ୍ୱାଇଁ)ଭୁବନେଶ୍ୱର : ରେଷ୍ଟୁରାଣ୍ଟ୍‌ରେ ଅନେକ ସମୟରେ କଡାଇ ମଟନ୍‌ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ ଜାଣି ନଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ଅତି ସୁବିଧାରେ ପ୍ରସ୍ତୁତ କରିବେ ।

ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍-୫୦୦ ଗ୍ରାମ , ଅଦା-ରସୁଣ ବଟା-୫ ଚାମଚ , ଲଙ୍କା ଗୁଣ୍ଡ, କଟା-୨ ଚାମଚ , ସିମଲା ଲଙ୍କା-୨ଟି , ଟମାଟୋ-ଗୋଟିଏ , ଦହି-୨ ଚାମଚ , ଗୋଲମରିଚ ଗୁଣ୍ଡ-ଛୋଟ ଚାମଚ , ଧନିଆ ଗୁଣ୍ଡ-ଗୋଟେ ଚାମଚ , ଘିଅ-୨ ଚାମଚ , କଞ୍ଚା ଲଙ୍କା-୪ଟି , ଭଜା ଜିରା ଗୁଣ୍ଡ-୧ ଚାମଚ , କଟା ଅଦା- ୩ ଚାମଚ , ଲୁଣ-ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ ଅନ କରି କଡ଼େଇରେ ଘିଅ ଗରମ କରନ୍ତୁ । ସେଥିରେ ଟମାଟୋ ଓ ଅଦା-ରସୁଣ ବଟା ପକାନ୍ତୁ । ତାପରେ ଏଥିରେ ଢାଙ୍କୁଣି ଘୋଡ଼ାଇ ଦେଇ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ। ଟମାଟୋ ନରମ ହୋଇ ଆସିଲେ ସେଥିରେ ବଏଲ୍‌ ମଟନ୍, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ, ସିମଲା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଏବଂ ଧନିଆ ଗୁଣ୍ଡ ପକାଇ ଭଲ କରି ଘାଣ୍ଟନ୍ତୁ । ତାପରେ ଏହି ମିଶ୍ରଣରେ ଦହି ପକାଇ ଗୋଳାନ୍ତୁ ଏବଂ ଏହି ମସଲାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ି ଦିଅନ୍ତୁ। ଶେଷରେ ଏଥିରେ କଟା ଅଦା, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଘାଣ୍ଟନ୍ତୁ। ପୁଣି ଥରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ। ତାପରେ ଧନିଆ ପତ୍ରରେ ସଜାଇ ଭାତ କିମ୍ବା ରୁଟିରେ ସର୍ଭ କରନ୍ତୁ ‘କଡାଇ ମଟନ’।