ବିଶ୍ୱର ସବୁଠୁ ଛୋଟ ଶିଶୁ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ରାଜଧାନୀ ଟୋକିଓର କିୟୋ ୟୁନିଭର୍ସିଟି ହସ୍‌ପିଟାଲରେ ଜନ୍ମ ନେଇଥିବା ଏକ ଶିଶୁକୁ ବିଶ୍ୱର ସବୁଠୁ ଛୋଟ ଶିଶୁର ଆଖ୍ୟା ଦିଆଯାଇଛି। ଜନ୍ମ ସମୟରେ ଏହାର ଓଜନ ଥିଲା ୨୬୮ ଗ୍ରାମ। ଗର୍ଭଧାରଣର ମାତ୍ର ୨୪ ସପ୍ତାହରେ ଶିଶୁଟି ଜନ୍ମ ନେଇଥିଲା। ସେ ପିଆଜ ଭଳି ଦେଖାଯାଉଥିବା ବେଳେ ଶରୀରଟି ଏକ ପାପୁଲିରେ ରହିପାରୁଥିଲା।
ଗର୍ଭାବସ୍ଥାରେ ଶିଶୁଟିର ବିକାଶ ଠିକ୍‌ ଭାବେ ହେଉ ନ ଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହା ପରେ ତାର ଜୀବନ ପ୍ରତି ବିପଦ ଥିବା ମା’ବାପାଙ୍କୁ ଜଣାଇଥିଲେ। ତାକୁ ବଞ୍ଚାଇବାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେଶନ କରାଯାଇ ଶିଶୁଟିକୁ ପେଟରୁ ବାହାର କରାଯାଇଥିଲା। ପରେ ତାକୁ ୫ ମାସ ଧରି ଆଇସିୟୁରେ ରଖାଯାଇ ସ୍ବତନ୍ତ୍ର ଚିକିତ୍ସା କରାଯିବା ସହ ନଜର ରଖାଯାଇଥିଲା। ଏବେ ଉକ୍ତ ଶିଶୁର ଓଜନ ୩.୩୨ କିଗ୍ରା ହେବା ପରେ ତାକୁ ଡିସ୍‌ଚାର୍ଜ କରାଯାଇଛି। ସେ ଏବେ ପୁରା ସୁସ୍ଥ ଥିବା ଜଣାପଡ଼ିଛି।
ପୂର୍ବରୁ ଜର୍ମାନୀରେ ଦୁନିଆର ସବୁଠୁ ଛୋଟ ଶିଶୁର ଜନ୍ମ ହୋଇଥିଲା। ଏହାର ଓଜନ ଥିଲା ୨୭୪ ଗ୍ରାମ। ମାତ୍ର ଏବେ ଜାପାନରେ ଜନ୍ମିତ ଏହି ଶିଶୁ ଦୁନିଆର ସବୁଠୁ ଛୋଟ ଶିଶୁ ରେକର୍ଡକୁ ଭାଙ୍ଗିଛି।