(ରିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ) : ମାଟ୍ରିକ ପରୀକ୍ଷା ଚାଲିଛି, ଯୁକ୍ତ ୨ ଓ ସିବିଏସ୍ସି ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ତେଣୁ ଛାତ୍ର ଛାତ୍ରୀମାନେ ଚାପରେ ରହିବା ସ୍ବାଭାବିକ। ତେବେ ବର୍ଷସାରାର ପ୍ରସ୍ତୁତି, ଏହି ଚାପ ଯୋଗୁଁ ପ୍ରଭାବିତ ହୋଇପାରେ। ତେଣୁ ପରୀକ୍ଷା ସମୟରେ କିଭଳି ଚାପରୁ ମୁକ୍ତ ରହିବେ ଛାତ୍ରଛାତ୍ରୀ ଓ ନିଜକୁ କିଭଳି ପ୍ରସ୍ତୁତ ରଖିବେ ।
କ୍ୟରିଆର୍ ପାଇଁ ଏହି ଦୁଇଟି ପରୀକ୍ଷା ବଡ଼ ଗୁରୁତ୍ବପୂର୍ଣ୍ଣ । ତେଣୁ ଛାତ୍ରୀ ଛାତ୍ରୀ ହୁଅନ୍ତୁ ବା ଅଭିଭାବକ ସମସ୍ତଙ୍କ ଆଶା ରହିଥାଏ ପରୀକ୍ଷା ଫଳକୁ ନେଇ। ତେଣୁ ଏହାକୁ ନେଇ ଚାପ ବଢିଥାଏ ଛାତ୍ରଛାତ୍ରୀଙ୍କ ଉପରେ।
ବିଶେଷଜ୍ଞଙ୍କ ମତରେ ପରୀକ୍ଷା ପୂର୍ବରାତିରେ ପିଲାମାନେ ଅଧିକ ପଢିବାକୁ ଚେଷ୍ଟା କରନ୍ତି। ପାଠ ରିଭିଜନ କରିବା ନିଶାରେ ରାତିରେ ଶୁଅନ୍ତି ନାହିଁ। ଯାହାର ପ୍ରତିକୂଳ ପ୍ରଭାବ ପଢିଥାଏ ପରୀକ୍ଷା ଉପରେ ଓ ଛାତ୍ର ଛାତ୍ରୀଙ୍କ ସ୍ବସ୍ଥ୍ୟ ଉପରେ ମଧ୍ୟ। ତେଣୁ ଏସବୁ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକ ଦୃଷ୍ଟି ଦେବା ଆବଶ୍ୟକ।
ବଡକଥା ହେଉଛି ପରୀକ୍ଷା ସମୟରେ ଅତ୍ୟଧିକ ଚାପଗ୍ରସ୍ତ ହୋଇ ପିଲାମାନେ ପ୍ରଶ୍ନ ଉତ୍ତର ଭୁଲିଯାଆନ୍ତି କିମ୍ବା ସବୁ ପ୍ରଶ୍ନର ଉତ୍ତର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଇପାରନ୍ତି ନାହିଁ। ବିଶେଷଜ୍ଞ ଆନୁଯାୟୀ ଏଥିପାଇଁ ଛାତ୍ରୀଛାତ୍ରୀମାନେ ସମାୟନୁବର୍ତ୍ତୀ ହୋଇ ନିଜକୁ ପରୀକ୍ଷା କେନ୍ଦ୍ରରେ ପ୍ରସ୍ତୁତ ରଖିବା ଆବଶ୍ୟକ।
ତେବେ ପରୀକ୍ଷା ସମୟରେ ସବୁଠୁ ବଡ଼ ଆବଶ୍ୟକତା ଛାତ୍ରଛାତ୍ରୀମାନଙ୍କ ମନୋବଳ ଉଚ୍ଚା ରଖିବା, ଚାପରୁ ମୁକ୍ତ ରହିବା। ଅନୁରୂପ ଦାୟିତ୍ବ ରହିଛି ଅଭିଭାବକଙ୍କର, ସେମାନେ କିଭଳି ସେମାନଙ୍କ ପିଲାଙ୍କୁ ଏହି ସମୟରେ ସହଯୋଗ କରୁଛନ୍ତି।