ରାଜ୍ୟରେ ଆହୁରୀ ବଢିଲା ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଡିନାରୀ ବସ୍ର କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସା ହୋଇଛି । ପ୍ରଥମ ଥର ପାଇଁ ବସ୍ ଭଡ଼ା ତାଲିକାରେ ସେମି ଡିଲକ୍ସ କାଟାଗୋରୀକୁ ସାମିଲ କରାଯାଇଛି । ଏହି ବର୍ଗର ବସ୍ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଧାର୍ଯ୍ୟ କରାଯାଇଛି ।

ଅନ୍ୟପକ୍ଷରେ, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୪୧ ପଇସା ହୋଇଥିବା ବେଳେ, ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୯୯ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ସୁପର ପ୍ରିମିୟମ୍ ବସ୍ ଭଡ଼ା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି। ସୁପର ପ୍ରିମିୟମ୍ ଡିଲକ୍ସ ବସ୍ ଭଡ଼ା ୩ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୪ ଟଙ୍କା ୬୧ ପଇସା ହୋଇଛି। ସ୍ଲିପର ଏସି କୋଚ୍ ପାଇଁ ମଧ୍ୟ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି।

ତେବେ ଏହି ନିଷ୍ପତ୍ତି ଦ୍ୱାରା ଦୈନିକ ବସ୍ରେ ଯାତାୟାତ କରୁଥିବା ସାଧାରଣ ଯାତ୍ରୀ, ଚାକିରିଆ, ଛାତ୍ରଛାତ୍ରୀ ଓ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଲୋକଙ୍କ ଯାତାୟାତ ଖର୍ଚ୍ଚ ବଢ଼ିବା ନିଶ୍ଚିତ। ଏହାକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାର ଆଶଙ୍କା ରହିଛି।