ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡ଼ିଆ ଭଣ୍ଡାରି ସାହି ଛକରେ 42 ତମ ଗଜଲକ୍ଷ୍ମୀ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଅଛି।ସକାଳ ସମୟରେ ମାଆଙ୍କ ସ୍ନାନ କରି,ମଙ୍ଗଳ ଆଳତୀ,ହୋମ ଓ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ କରାଯାଉଛି।ମଧ୍ୟାହ୍ନରେ ମାଆଙ୍କ ନିକଟରେ ଅନ୍ନ ଭୋଗ ହେଉଛି।ସନ୍ଧ୍ୟା ଆଳତୀ ଦର୍ଶନ କରି ମାଆଙ୍କ ଆଶିଷ ନେବାକୁ ବହୁ ଦୂରଦୂରାନ୍ତରୁ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଭକ୍ତଙ୍କ ସମାଗମ ହେଉଛି।

ଆଲୋକ ସଜ୍ଜା ତୋରଣରେ ସହର ଝଲସି ଉଠୁଛି, ରବିବାର ଦିନ ମାଆଙ୍କ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏଗାର ହଜାର ଶହେ ଷୋହଳ ଦୀପ ଯଜ୍ଞ ଓ ମାଆଙ୍କ ପୂଜା ଚୁଡି ସିନ୍ଦୂର ବଣ୍ଟନର ବ୍ୟବସ୍ଥା ରହିଛି।ପାଗ ଅନୁକୂଳ ରହିଲେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 4 ତାରିଖରେ ମାଆଙ୍କ ଭଷାଣି କାର୍ଯ୍ୟକ୍ରମ ଥିବାର କମିଟି ପକ୍ଷରୁ ଜଣାପଡ଼ିଛି।ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟ ସୀମାଞ୍ଚଳ ପତିତ, ବିଭୁତି ଭୂଷଣ ବେହେରା, ସଶାଙ୍କ ସମେତ ସାହି ବାସିନ୍ଦାଙ୍କ ସହଯୋଗରେ ଏହି ପୂଜା ଆୟୋଜିତ ହେଉଛି।