ପୁଣି ଚାକିରି ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ରାଜଧାନୀରେ ପୁଣି ଚାକିରି ଦେବା ନାଁରେ ଠକେଇ ଅଭିଯୋଗ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରି, କ୍ୟାମ୍ପସରେ କ୍ୱାର୍ଟର୍ସ ଓ ଟେକ୍ନିକାଲ ପୋଷ୍ଟ ଦେବାକୁ କହି ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ। ଅଭିଯୁକ୍ତ ଯୁବକ ଗଣେଶ ନାୟକ ଟଙ୍କା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି।

ଏହି ଠକେଇରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ସେକ୍ସନ ଅଫିସରଙ୍କ ସହ ଗଣେଶଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଠକେଇର ଶିକାର ହୋଇଥିବା ଏକାଧିକ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ନୟାପଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଠକେଇ ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।