ସୁରେଶ ରାଇନା ଏବଂ ଦେବାଶିଷ ମହାନ୍ତିଙ୍କୁ ସରକାରୀ ବ୍ରାଣ୍ଡ ଆମ୍ବାସାଡର ଭାବେ ନାମିତ

ଓଡ଼ିଶା ଟି -20 ଲିଗ୍ 2026 ସିଏମ୍ ଟ୍ରଫି ଏକ ଦ୍ୱିତୀୟ ସଂସ୍କରଣ ପାଇଁ ସ୍ଥିର ହୋଇଛି । ଯେଉଁଥିରେ ପୂର୍ବତନ କ୍ରିକେଟର ସୁରେଶ ରାଇନା ଏବଂ ଦେବାଶିଷ ମହାନ୍ତିଙ୍କୁ ସରକାରୀ ବ୍ରାଣ୍ଡ ଆମ୍ବାସାଡର ଭାବେ ନାମିତ କରାଯାଇଛି | ସେପ୍ଟେମ୍ବର ୨୦ ରୁ ୨୯ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଫ୍ରାଞ୍ଚାଇଜ୍ – ଭୁବନେଶ୍ୱର ଟାଇଗର, ପୁରୀ ଟାଇଟାନ୍ସ, କିଓନଜାର ମାଇନର୍ସ, ରାଉରକେଲା ସୁପରଷ୍ଟାର, ସମ୍ବଲପୁର ୱାରିୟର୍ସ ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ କଟକ ପାନ୍ଥର୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।

ରବିବାର ଦିନ OCA  ପ୍ରେସିଡେଣ୍ଟ ପଙ୍କଜ ଲୋଚନ ମହାନ୍ତି, ସଚିବ ସଞ୍ଜୟ ବେହେରା, Vice- ଜଗମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ଯୁଗ୍ମ ସଚିବ ପ୍ରଭାତ କୁମାର ଭୋଲଙ୍କ ସମେତ OCA ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଡ୍ରାଫ୍ଟ ସମାରୋହରେ ସମସ୍ତ ୬ଟି ଦଳ ସେମାନଙ୍କର ୧୬ ପ୍ଲେୟାରକୁ ଚୂଡାନ୍ତ କରିଛନ୍ତି।

ଓସିଏ ସଚିବ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି ଯେ, ଏହି ଲିଗ୍ ର ବାଣିଜ୍ୟିକ ତଥା କ୍ରୀଡା ଆବେଦନକୁ ସୁଦୃଢ କରିବା ସହ ସ୍ଥାନୀୟ ଖେଳାଳିଙ୍କ ପାଇଁ ସୁଯୋଗ ପ୍ରଦାନ କରାଯାଉଛି । ଏତଦ୍ବ୍ୟତୀତ ଏହି ଡ୍ରାଫ୍ଟ ଟି ନୂତନ season ପାଇଁ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହା ମଧ୍ୟ କହିଛନ୍ତି ଯେ, ଆମ ଖେଳାଳିଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ସୃଷ୍ଟି କରିବ। ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବ ପାଇଁ ଏହି ପ୍ଲାଟଫର୍ମ ଦ୍ୱାରା ସୁନ୍ଦର ମାର୍ଗଦର୍ଶନ ହୋଇପାରିବ ।