୨୦୨୨ରେ “ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍ – ଶିବା” ରିଲିଜ୍ ହେବା ପରଠାରୁ ଫ୍ୟାନ୍ସମାନେ ପରବର୍ତ୍ତୀ ଅଧ୍ୟାୟର ଅପେକ୍ଷାରେ ଅଛନ୍ତି। ରଣବୀର କପୁର ବର୍ତ୍ତମାନ “ରାମାୟଣ”ର ସୁଟିଂରେ ବ୍ୟସ୍ତ ଥିବା ବେଳେ, ଅଭିନେତା ଏବଂ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ “ବ୍ରହ୍ମାସ୍ତ୍ର ୨” ଉପରେ କାମ ଆରମ୍ଭ କରିଛନ୍ତି। ସ୍କ୍ରିପ୍ଟିଂ ଏବଂ ପ୍ରି-ପ୍ରଡକ୍ସନ୍ କାମ ଚାଲିଥିବା ବେଳେ, ୨୦୨୭ ଏପ୍ରିଲରେ ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ରଣବୀର ଜାନୁଆରୀ ୨୦୨୭ ସୁଦ୍ଧା ନିତେଶ ତିୱାରୀଙ୍କ “ରାମାୟଣ ପାର୍ଟ ୨”ର ସୁଟିଂ ଶେଷ କରିବେ ବୋଲି ଆଶା କରାଯାଉଛି। କିଛି ପ୍ରସ୍ତୁତି ପରେ, ସେ ଏପ୍ରିଲ ୨୦୨୭ରେ “ବ୍ରହ୍ମାସ୍ତ୍ର ୨”ର ସୁଟିଂ ଆରମ୍ଭ କରିପାରନ୍ତି। ଆଲିଆ ଭଟ୍ଟ ଫିଲ୍ମରେ ଇଶା ଭୂମିକାରେ ରିଟର୍ନ କରିବେ ବୋଲି ଆଶା କରାଯାଉଛି।ଅନ୍ୟପକ୍ଷେ ଅୟାନ ମୁଖାର୍ଜୀ ଅମୃତା ଭୂମିକା ପାଇଁ ଦୀପିକା ପାଦୁକୋନଙ୍କ ସହ ଆଲୋଚନା କରୁଛନ୍ତି।

‘ବ୍ରହ୍ମାସ୍ତ୍ର 2’ରେ ଶିବା ଏବଂ ଦେବ ଭୂମିକାରେ ଫେରିବେ ରଣବୀର କପୁର
ରିପୋର୍ଟ ଅନୁଯାୟୀ, ‘ବ୍ରହ୍ମାସ୍ତ୍ର 2’ରେ ରଣବୀର କପୁର ପୁଣି ଥରେ ଶିବା ଏବଂ ଦେବ ଭୂମିକାରେ ନଜର ଆସିବେ। ପ୍ରଥମ ଫିଲ୍ମରେ ଦେଖାଯାଇଥିବା ଦେବଙ୍କ କାହାଣୀର ଝଲକ ଏବେ ସିକ୍ୱେଲରେ ଆହୁରି ଅନୁସନ୍ଧାନ କରାଯିବ। ଏହି ଡବଲ୍ ରୋଲ୍ ପାଇଁ ରଣବୀର ବହୁତ ଉତ୍ସାହିତ ବୋଲି କୁହାଯାଉଛି। ଶିବା ଏବଂ ଦେବଙ୍କ ଚରିତ୍ର ମଧ୍ୟରେ ସଂଯୋଗ ଫିଲ୍ମର କାହାଣୀକୁ ଅଧିକ ଆକର୍ଷଣୀୟ କରିବ ବୋଲି କୁହାଯାଉଛି।

‘ଅମୃତା’ ଭୂମିକାରେ ନଜର ଆସିବେ ଦୀପିକା
ଦୀପିକା ପାଦୁକୋନ୍ ‘ବ୍ରହ୍ମାସ୍ତ୍ର 2’ ସିକ୍ୱେଲରେ ସବୁଠାରୁ ଆକର୍ଷଣୀୟ ଚରିତ୍ର ହେବେ। ପ୍ରଥମ ଫିଲ୍ମରୁ, ଦୀପିକା ପାଦୁକୋନ୍ ରଣବୀରଙ୍କ ମାଆ ଅମୃତା ଭୂମିକାରେ ନଜର ଆସିଥିଲେ ବୋଲି ଅନୁମାନ କରାଯାଉଛି। ଏବେ, ରିପୋର୍ଟ ଅନୁଯାୟୀ, ଅୟାନ୍ ମୁଖାର୍ଜୀ ‘ଅମୃତା’ ଭୂମିକା ପାଇଁ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଯଦି ଦୀପିକା ଏହି ଫିଲ୍ମରେ ଯୋଗ ଦିଅନ୍ତି, ତେବେ ସେ ପୁଣି ଥରେ ବଡ଼ ପରଦାରେ ରଣବୀର କପୁରଙ୍କ ସହ ଏକାଠି ନଜର ଆସିବେ।
ଦୁହେଁ ପୂର୍ବରୁ “ବଚନା ଏ ହସିନୋ,” “ୟେ ଜୱାନି ହୈ ଦିୱାନି,” ଏବଂ “ତମାଶା” ଭଳି ଫିଲ୍ମରେ ଏକାଠି କାମ କରିଛନ୍ତି। “ବ୍ରହ୍ମାସ୍ତ୍ର 2” ରେ ଦୀପିକାଙ୍କ ଚରିତ୍ର “ଆଷ୍ଟ୍ରାଭର୍ସ” ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି। ତଥାପି, ତାଙ୍କ କାଷ୍ଟିଂ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ ଏବଂ ଏହା ତାଙ୍କ କାର୍ଯ୍ୟସୂଚୀ ଏବଂ ସାମଗ୍ରିକ ସମୟସୀମା ଉପରେ ନିର୍ଭର କରିବ।