ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା

ଆଜି କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ  ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ, ଆଇ.ପି.ଏଲର ଦ୍ୱାଦଶ ମ୍ୟାଚ୍ ଖେଳାଯାଉଛି। କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ଘୋଷଣା କରିଛନ୍ତି ଯେ ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଛନ୍ତି। ସୁନୀଲ ନାରିନ ମଧ୍ୟ ଖେଳୁନାହାଁନ୍ତି । ନବଦୀପ ସାଇନିଙ୍କୁ ତାଙ୍କର ଡେବ୍ୟୁ କ୍ୟାପ୍ ଦିଆଯାଇଛି। ରୋଭମାନ ପାୱେଲଙ୍କୁ ସୁଯୋଗ ଦିଆଯାଇଛି।