ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି । ମାଆଙ୍କ କୋଠ ବାକ୍ସ ଓ ଷ୍ଟୋର ରୁମ୍ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମାଆଙ୍କ ସ୍ଵର୍ଣ୍ଣ ଅଳଙ୍କାର ସହ କୋଠ ବାକ୍ସରେ ଥିବା ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ୱିତ ରାତିରେ ମାଆ ଭଦ୍ରକାଳୀଙ୍କ ପୀଠରେ ଘୋଡ଼ା ମେଲଣ ସରିବା ପରେ ବିଳମ୍ବିତ ରାତ୍ରୀରେ ଦୁର୍ବୃତ୍ତ ମାନେ ମାଆଙ୍କ ମନ୍ଦିରରେ ପଶି କୋଠ ବାକ୍ସ ଓ ଷ୍ଟୋର ରୁମ୍ ତାଲା ଭାଙ୍ଗି ମାଆଙ୍କ ସ୍ଵର୍ଣ୍ଣ ଅଳଙ୍କାର ସହ ଟଙ୍କା ନେଇଥିବା ଜଣାପଡ଼ିଛି ।

kali n

ସୋମବାର ଭୋର ସମୟରେ ମାଆ ଙ୍କ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର ଦେଖିବା ପରେ ଚୋରି ହୋଇଥିବାର ଜାଣିବାକୁ ପାଇଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଉପଜିଲ୍ଲାପାଳ ଙ୍କୁ ସୂଚନା ଦେଇଥିଲେ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଡଗ୍ ସ୍ୱାଡ ପହଞ୍ଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛି ।  ଅନ୍ୟପଟେ ମାଆଙ୍କ ମନ୍ଦିରରେ ଏହି ଲୁଟ ହୋଇଥିବା ନେଇ ନୀତିକାନ୍ତିରେ ବିଭ୍ରାଟ ହୋଇଛି । ସିସିଟିଭି ଲଗାଇବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ା କରିବା ପାଇଁ ଜଣାଇଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

 Bhadrakali Temple Photograph: (Kanak News)