ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସୀମାନ୍ତର ପୁରୁଣା ପାଟଣାର ଚାଙ୍ଗୁଡ଼ି ଗ୍ରାମରେ ଥିବା ମାଆ ବିନ୍ଧ୍ୟ ବାସିନୀ ମନ୍ଦିରରେ ଚୈତ୍ର ମଙ୍ଗଳ ବାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି ଚୈତ୍ର ମଙ୍ଗଳବାର ହୋଇଥିବାରୁ ଭକ୍ତ ମାନେ ମାଆଙ୍କୁ ଶାଢ଼ୀ,ଚୁଡି,ସିନ୍ଦୂର, ଅଳଙ୍କାର,ନଡ଼ିଆ, କଦଳୀ ଧୂପ ନୈବେଦ୍ୟ, ଫୁଲ ଫଳ ପ୍ରଭୃତି ପୂଜା ସାମଗ୍ରୀ ସହ ସପରିବାର ବନ୍ଧୁ ବର୍ଗଙ୍କ ସହ ଆସି ପୂଜାର୍ଚ୍ଚନା କରିଥାନ୍ତି।ମାନସିକ ଧାରୀ ମାନେ ମଙ୍ଗଳ ବାର ଦିନ ଆସି ମୁଣ୍ଡନ ହୋଇଥାନ୍ତି।
ଏହି ମନ୍ଦିରଟି ମହାରାଜା ଗୌର ଚନ୍ଦ୍ର ଗଜପତି ପ୍ରତିଷ୍ଠା କରିଥିବାର ଜଣା ପଡ଼ିଛି।ବିନ୍ଧ୍ୟ ବାସିନୀ ମାଆ ପ୍ରତ୍ୟକ୍ଷ ଦେବୀ ହୋଇ ଥିବାରୁ ବର୍ଷ ତମାମ ଭକ୍ତଙ୍କ ସମାଗମ ଦେଖାଯାଇ ଥାଏ। ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଏହି ମନ୍ଦିର ରହିଥିବାରୁ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥାଏ। ଦୂରଦୂରାନ୍ତରୁ ଭକ୍ତ ମାନେ ଆସି ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି।