ପାତ୍ରପୁର, ବ୍ରହ୍ମପୁର ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ତଣ୍ଡିପୁର ଗ୍ରାମରେ ଗତକାଲି ରାତିରେ ଏକ ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ତଣ୍ଡିପୁର ଗ୍ରାମ ଦଳିତ ସାହି ନିକଟରେ ଥିବା ଏଇର୍ଟେଲ୍ ଟାୱାର ଉପରକୁ ମଦ ନିଶାରେ ଚଡ଼ିଥିଲେ। ଯୁବକ ଜଣକ ହେଲେ ଉକ୍ତ ଦଳିତ ସାହିର ସ୍ବର୍ଗତ ଉମା ନାୟକ ଙ୍କ ପୁଅ ମଙ୍ଗଳା ନାଇକ (୨୯) । ସୂଚନା ପ୍ରକାରେ ମଙ୍ଗଳା ନାଇକ ଦୁଇଟି ମହିଳା ଙ୍କୁ ବିବାହ କରିଥିଲେ , ଦ୍ୱିତୀୟ ବିବାହ ର କିଛି ଦିନ ପରେ ଦଳିତ ସମାଜ ଉମା ନାୟକ ଓ ତାଙ୍କ ପରିବାର ଙ୍କୁ ଡାକି ବୈଠକ କରିଥିଲେ , ବୈଠକ ରେ କୁଳ ର ସଭାପତି , ସମ୍ପାଦକ ଓ କିଛି ଭଦ୍ର ବ୍ୟକ୍ତି ଏକ ଲକ୍ଷ ଟଙ୍କା ଅର୍ଥ ଆକାରରେ ଦେବା ପାଇଁ ବାଧ୍ୟ କରିଥିଲେ । ଉମା ନାୟକ ଅର୍ଥ ଦେବାରେ ସମ୍ଭଳ ନଥିବା ଯୋଗୁଁ ୨ ବର୍ଷ ତଳେ ମାନସିକ ଯନ୍ତ୍ରଣା ଦ୍ଵାରା ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପୁଣି ତାଙ୍କ ସ୍ତ୍ରୀ ଓ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ତାଙ୍କ ଦଳିତ ସମାଜ ର ଭଦ୍ରବ୍ୟକ୍ତି ,ସଭାପତି ଓ ସଂପାଦକ। ତେଣୁ ନିର୍ଯ୍ୟାତନା ସହିନପାରି ମଦ୍ୟପାନ କରି ଆତ୍ମହତ୍ୟା କରିବା ପାଇଁ ଟାୱାର ଉପରକୁ ଚଡ଼ିଥିଲେ ଯୁବକ, ସେପଟେ ଦଳିତ ସମାଜ ର କିଛି ଭଦ୍ର ବ୍ୟକ୍ତି କହିଛନ୍ତି ଯେ ପ୍ରଥମ ସ୍ତ୍ରୀ ର ଭରଣ ପୂଷଣ ନିମନ୍ତେ ତାଙ୍କୁ ମୋଟା ଅର୍ଥ ଆକାରରେ ଦେବା ପାଇଁ ବାଧ୍ୟ କରାଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ଜରଡା ଥାନା କୁ ଖବର ଦେଇଥିଲେ ।ଖବର ପାଇ ଏସ ଆଇ ଦୁର୍ଯ୍ୟଧନ ନାୟକ, ସମୀର ଶେଖର ଜୟ ସିଂ ଓ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଯୁବକ ଙ୍କୁ ୫ ଘଣ୍ଟା ପରେ ଉଦ୍ଧାର କରିଥିଲେ । ଦେଖିବାକୁ ବାକି ରହିଲା ଟାୱାର ଉପରକୁ କୁଳ ଲୋକ ମାନସିକ ଯନ୍ତ୍ରଣା ଦେବା ଯୋଗୁଁ ଏଭଳି ଘଟଣା ଘଟିଛି ନା ମଦ୍ୟପାନ କରି ଘଟିଛି ପୋଲିସ ପୁଣି ଥରେ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।