ଜଙ୍ଗଲ ଅଗ୍ନିକାଣ୍ଡର ପ୍ରତିରୋଧ ପ୍ରସ୍ତୁତି ଓ ପରିଚାଳନା ବାବଦରେ ସାମ୍ବାଦିକ ସମ୍ମିଳନୀ

ଜଙ୍ଗଲ ଅଗ୍ନିକାଣ୍ଡର ପ୍ରତିରୋଧ ପ୍ରସ୍ତୁତି ଓ ପରିଚାଳନା ବାବଦରେ ସାମ୍ବାଦିକ ସମ୍ମିଳନୀ । ୨୦ ୨୬ ବର୍ଷ ପାଇଁ ଗଜପତି ଜିଲ୍ଲାରେ ଜଙ୍ଗଲ ଅଗ୍ନିକାଣ୍ଡକୁ ପ୍ରତିରୋଧ ଓ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲା କାର୍ଯ୍ୟ ଯୋଜନାକୁ ଅନ୍ତିମ ରୂପ ଦେବା ପାଇଁ ୧୮.୧୨. ୨୦୨୫ ତାରିଖରେ ଏକ ବୈଠକ ଆୟୋଜିତ ହୋଇଥିଲା ଏବଂ ପରେ ଏହି ଜିଲ୍ଲା କାର୍ଯ୍ୟ ଯୋଜନାକୁ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ କରାଯାଇଥିଲା । ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ଜିଲ୍ଲା ଅଗ୍ନିଶମ ଅଧୂକାରୀ ଓ ତାଙ୍କ ଦଳ ଦ୍ୱାରା ଏକ ବନଖଣ୍ଡସ୍ତରୀୟ ପ୍ରଶିକ୍ଷଣ ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ମୁଖ୍ୟତଃ କ୍ଷେତ୍ର ସ୍ତରର ବନ କର୍ମଚାରୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଅଗ୍ନି ନିବାରଣ ପ୍ରକ୍ରିୟା ଓ ଅଗ୍ନି ନିବାରଣ ଉପକରଣର ସଠିକ୍ ବ୍ୟବହାର ବିଷୟରେ ପ୍ରଶିକ୍ଷଣ ଦିଆଯାଇଥୁଲା ।

ଚଳିତ ବର୍ଷ ଅଦ୍ୟାବଧୂ ମୋଟ ୪୫ ଟି ଅଗ୍ନିକାଣ୍ଡ ରିପୋର୍ଟ ହୋଇଥିବା ବେଳେ ସମସ୍ତ ୪୫ ଟି ଅଗ୍ନିକାଣ୍ଡକୁ ବନବିଭାଗ କର୍ମଚାରୀ ମାନଙ୍କ ଦ୍ଵାରା ସଫଳତାର ସହିତ ନିର୍ବାପିତ କରାଯାଇଥୁଲା ବୋଲି ସୂଚନା ପ୍ରଦାନ କରିଥିଲେ । ଅଗ୍ନିକାଣ୍ଡ ସମୟରେ ଜରୁରୀ ସ୍ଥିତିର ତ୍ବରିତ ମୁକାବିଲା କରିବା ପାଇଁ ଡିଭିଜନ କାର୍ଯ୍ୟାଳୟରେ ୨୪ ଘଣ୍ଟା ଜଙ୍ଗଲ ଅଗ୍ନିକାଣ୍ଡ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ସହ ଏ ସମ୍ପର୍କରେ ଡିଭିଜନ ଅଫିସର କଟ୍ରଲ୍ ରୁମ୍ ନମ୍ବର- ୯୩୪୮୪୦୫୩୬୦ କୁ ଯୋଗାଯୋଗ କରିବା ପାଇଁ ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ଡିଭିଜନର ସମସ୍ତ ୭ ଗୋଟି ରେଞ୍ଜ ରେ ମଧ୍ୟ ୨୪୭ ଜଙ୍ଗଲ ଅଗ୍ନିକାଣ୍ଡ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ସୂଚନା ପ୍ରଦାନ କରାଯାଇ ଥିଲା ।ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ୧୦.୦୩.୨୦ ୨୬ ପର୍ଯ୍ୟନ୍ତ ମୋଟ ୫୯୬ଟି ଜଙ୍ଗଲ ଅଗ୍ନି ନିର୍ବାପକ ବୈଠକ ଆୟୋଜିତ ହୋଇଥିବା ଜଣାପଡ଼ିଛି।ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପୋଷ୍ଟର, ଗ୍ରାମସଭା, ଚଳଚ୍ଚିତ୍ର, ଲୋକନୃତ୍ୟ, ଦାସକାଠିଆ, ସଙ୍ଗୀତ ଓ ପଥପ୍ରାନ୍ତ ନାଟକ ମାନ ପ୍ରଦର୍ଶିତ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ ପଂଚାୟତ, ବନ ସୁରକ୍ଷା ସମିତି, ଏନଜିଓ ଓ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଯୋଗ କରୁଥିବା ପ୍ରକାଶ କରିଥିଲେ ।ଅଗ୍ନିକାଣ୍ଡକୁ ପ୍ରତିହତ କରିବା ପାଇଁ ସେଜିଟିଭ୍ ରେଞ୍ଜଗୁଡ଼ିକରେ ୧୬ଟି ଅଗ୍ନି ନିର୍ବାପକ ଯାନ ନିୟୋଜିତ କରାଯାଇଛି ମୋଟ ୧୨୨ଟି ଫାୟାର କ୍ଲୋଅର ସହିତ ଫାୟାର ବିଟର, ରେକ୍, ଥମ୍ପର ଓ ଫାୟାର ଝାଡ଼ୁ ଭଳି ଅନ୍ୟାନ୍ୟ ଅଗ୍ନି ନିବାରଣ ଉପକରଣ ସମସ୍ତ ରେଞ୍ଜ ଓ ବିଟରେ ଉପଲବ୍ଧ ଅଛି ଏବଂ ସୁଚାରୁ ଭାବେ ରକ୍ଷଣାବେକ୍ଷଣ କରାଯାଇଛି । ଅଗ୍ନିକାଣ୍ଡ ଋତୁ ପୂର୍ବରୁ ସମସ୍ତ ଉପକରଣର ଫିଟନେସ୍ ଯାଞ୍ଚ ଓ ଆବଶ୍ୟକ ମରାମତି କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି । ଅଗ୍ନି ପ୍ରବଣ ଅଂଚଳରେ ନିରନ୍ତର ନିରୀକ୍ଷଣ ଓ ପାଟ୍ରୋଲିଂ ପାଇଁ ମୋଟ ୧୩୯ ଜଣ ଅଗ୍ନି ସ୍କୁଆଡ କର୍ମଚାରୀ ଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ଜଙ୍ଗଲ ଅଗ୍ନିକାଣ୍ଡର ପ୍ରାରମ୍ଭିକ ସନ୍ଦେହ, ପ୍ରତିରୋଧ ଓ ତ୍ବରିତ ନିବାରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ପାରଳାଖେମୁଣ୍ଡି ବନ ବିଭାଗ ଗଜପତି ଜିଲ୍ଲାର ମୂଲ୍ୟବାନ ଅରଣ୍ୟ ସମ୍ପଦକୁ ସୁରକ୍ଷା କରିବା ପାଇଁ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ଓ ନିୟନ୍ତ୍ରଣରେ ସମସ୍ତ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ସମର୍ଥନ କାମନା କରିଛନ୍ତି ।