ସୁପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ ହେବ ଅଧିକ ଆକର୍ଷଣୀୟ

ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପାରମ୍ପରିକ ସୁପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବକୁ ଅଧିକ ଆକର୍ଷଣୀୟ, ସ୍ୱଚ୍ଛ ସୁନ୍ଦର କରିବା ପାଇଁ ମେଳଣ ଅନୁଷ୍ଠାନ ପକ୍ଷରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ । ଚଳିତବର୍ଷ ମେଳଣ ଉତ୍ସବର ଚିତ୍ତାକର୍ଷକ ‘ଜମାଣ ରାତ୍ର ଉତ୍ସବ’ରେ ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁସଜ୍ଜିତ ଦୋଳ ବିମାନରେ ଉପବିଷ୍ଟ ହୋଇ ମନ୍ଦିର ଠାରୁ ୧ କି.ମି ଦୂରତ୍ଵରେ ଅବସ୍ଥିତ ଐତିହାସିକ ମେଳଣ ମଣ୍ଡପକୁ ବିଜେ ଯାତ୍ରା କରିବେ । ଏହି ଜମାଣ ରାତ୍ରରେ ପୂର୍ବବର୍ଷମାନଙ୍କ ଅପେକ୍ଷା ନିଆରା ଆକର୍ଷଣୀୟ କଳାକାର ଭାଗ ନେଉଥ‌ବା ବେଳେ ଆତସବାଜି ପ୍ରଦର୍ଶନ କରାଯିବ । ଉତ୍ସବରେ ବିଭିନ୍ନ ଅଂଚଳରୁ ଘଣ୍ଟବାଦ୍ୟ ଦଳ, ଶଙ୍ଖଧ୍ବନି ଦଳ, ବାଦ୍ୟ ବିଚିତ୍ରା ଦଳ, ସଂକୀର୍ତନ ଦଳ, ପାଇକ ଆଖଡ଼ା, ଅଗ୍ନିପିଣ୍ଡୁଳା ପ୍ରଦର୍ଶନ, ଭେରୀ, ତୁରୀ ଧ୍ବନି କାର୍ଯ୍ୟକ୍ରମ ରହୁଥିବା ବେଳେ, ବିଭିନ୍ନ ଯୁବ ସଂଗଠନର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।

Explore Odisha's Colourful Dola Purnima Festival!