କନ୍ଧମାଳରେ KKBN ଡିଭିଜନ DVCM ଅନ୍ୱେଷ ହତ୍ୟା ଘଟଣା ସ୍ପଷ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ KKBN ଡିଭିଜନର DVCM ସଦସ୍ୟ ଅନ୍ୱେଷଙ୍କ ହତ୍ୟା ଘଟଣାକୁ ନେଇ ପୁଲିସ ପକ୍ଷରୁ ମହତ୍ତ୍ୱପୂର୍ଣ୍ଣ ଖୋଲାସା କରାଯାଇଛି। ପ୍ରେସ୍‌ମିଟ୍‌ରେ କନ୍ଧମାଳ SP ହରିଶ ବି. ସି ସ୍ପଷ୍ଟ କରିଥିଲେ ଯେ, ଅନ୍ୱେଷଙ୍କୁ ଶୁକ୍ରୁ ହତ୍ୟା କରିଥିବା ତଦନ୍ତରେ ପ୍ରମାଣିତ ହୋଇଛି।

SPଙ୍କ କହିବା ଅନୁଯାୟୀ, ଗତମାସ ୨୯ ତାରିଖରେ ଶୁକ୍ରୁ ଅନ୍ୱେଷଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିଲା। ପରେ ପୁଲିସ ମୃତଦେହକୁ ମାଟିରୁ ଖୋଳି ବାହାର କରି ବ୍ୟବଛେଦ କରାଇଛି। ଏନେଇ Daringbadi Police Stationରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି।

ପୁଲିସ ତଥ୍ୟ ଅନୁଯାୟୀ, ଅନ୍ୱେଷଙ୍କ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଥିଲା ଏବଂ ତାଙ୍କ ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେ ଆତ୍ମସମର୍ପଣ କରିବାକୁ ଇଚ୍ଛୁକ ଥିବାରୁ ଦଳୀୟ ଦ୍ୱନ୍ଦ୍ୱରେ ଏହି ହତ୍ୟା ଘଟିଥିବା ଅନୁମାନ କରାଯାଉଛି।