ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ

ଇଂରାଜୀ ପରୀକ୍ଷା ଦେଇ ଆସିବା ପରେ ଜୀବନ ହାରିଥିଲେ ମାଟ୍ରିକ ପରୀକ୍ଷାର୍ଥୀ । ଏଭଳି ଏକ ଦୁଃଖଦିଅ ଘଟଣା ଘଟିଛି ବ୍ରହ୍ମପୁର ସହରରେ । ମୃତ ଛାତ୍ରୀ ଜଣକ  ଶ୍ରୀରାମନଗରର ଶ୍ରୀୟା ସାହୁ ହୋଇଥିବା ନେଇ ସୂଚନା ରହିଛି । ଘଟଣା ଅନୁସାରେ ଶନିବାର ଶ୍ରୀୟା  ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ଦେଇଥିଲେ । ସେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ କପି ସହ ଧରାପଡିଥିଲେ । କପି ଧରିପଡିବା ପରେ ସ୍କୁଲର କର୍ମଚାରୀ ତାଙ୍କୁ ଏମପି କରାଇ ଦିଆଯିବ ବୋଲି କହିଥିଲେ , ଯାହା ଶ୍ରୀୟାଙ୍କୁ ଅଧିକ ଭୟ ଭୀତ କରିବା ସହିତ  ମାନସିକ ଚିନ୍ତା ବଢ଼ାଇ ଦେଇଥିଲ । ପରୀକ୍ଷା ଦେଇ ଆସିବା ପରେ ଶ୍ରୀୟା ଭଲରେ ଘରଲୋକଙ୍କ ସହ କଥା ହୋଇଥିଲେ । ତେବେ ସନ୍ଧ୍ୟାରେ ଘରେ କେହି ନଥିବାର ସୁଯୋଗ ପାଇ ଶ୍ରୀୟା ଏକ ଲୁଗାରେ ଫସି ଲଗାଇ  ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ବଡ଼ବଜାର ଥାନାରେ ଅଭିଯୋଗ ଦେଲେଥିଲେ ପରିବାର ଲୋକେ । ଘଟଣାର ତଦନ୍ତ କରିବା ସହ ଯେଉଁ ମାନେ ଶ୍ରୀୟାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଅନ୍ୟପଟେ ସେଣ୍ଟର ପଡ଼ିଥିବା ସ୍କୁଲର ସ୍କୁଲର ଅଧ୍ୟକ୍ଷା କହିଛନ୍ତି ଗତ ଶନିବାର ଦିନ କେହି କପି କରି ଧରାପଡ଼ି ନାହାନ୍ତି କିମ୍ବା ଏଭଳି ଘଟଣା ତାଙ୍କ ନଜରକୁ ଆସିନାହିଁ ।