କବି ଗୌର ହରି କରସୁଧା ପଟ୍ଟନାୟକଙ୍କ କବିତା ସଂକଳନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହି ଠାରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ କବି ଗୌରହରି କରସୁଧା ପଟ୍ଟନାୟକଙ୍କ ସଂକଳିତ ଜୀବନ ଜଳଛବି ଓ ପ୍ରତିବିମ୍ବ ପୁସ୍ତକର ଉଦଘାଟନ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ଡକ୍ଟର କଲ୍ୟାଣି ମିଶ୍ର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୀଠର ଗୀତାଞ୍ଜଳି ଦାଶ୍, ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା, ଗୌରହରି କରସୁଧା ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଜୀବନର ଜଳଛବି ଓ ପ୍ରତିବିମ୍ବ ପୁସ୍ତକ ଦ୍ୱୟ ଅତିଥିମାନେ ଉନ୍ମୋଚନ କରିବା ସହିତ ଏହି ପୁସ୍ତକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରା ନନ୍ଦ ବେବର୍ତ୍ତା ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଶଶୀ ଭୂଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।