ଓଡ଼ିଶାବାସୀଙ୍କ ପାଇଁ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୬-୨୭ ପାଇଁ ଉପସ୍ଥାପିତ ଏହି ବଜେଟ୍ ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରର ବିକାଶ ଲକ୍ଷ୍ୟ ରଖାଯାଇଛି । ବଜେଟ୍ ରେ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳସେଚନ ସୁବିଧା ପାଇଁ ବଜେଟ୍ରେ ମୋଟା ଅଙ୍କର ବ୍ୟୟବରାଦ କରାଯାଇଛି । ତେବେ ଚାଲନ୍ତୁ ଜାଣିବା ଓଡ଼ିଶା ବଜେଟ୍ ୨୦୨୬-୨୭ରେ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?
ସୁଭଦ୍ରା ଯୋଜନା- ୧୦ ହଜାର ୧୪୫ କୋଟି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା- ୬୩୦୯ କୋଟି
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ- ୫ ହଜାର ୮ କୋଟି
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା- ୧୦୦ କୋଟି
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନା- ୭୩୨ କୋଟି
ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା- ୬୩୫ କୋଟି
ଶ୍ରୀଅନ୍ନ ଯୋଜନା- ୪୦୦ କୋଟି ଟଙ୍କା
ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ- ୫୦୦ କୋଟି
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ- ୧୦୧୦ କୋଟି
ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
ଅମୃତ ପ୍ରକଳ୍ପ ଯୋଜନା ପାଇଁ ୯୧୬ କୋଟି