ଉଦଳାରେ ମହାକାଳେଶ୍ଵର ମନ୍ଦିର ମନ୍ଦିର ପ୍ରତିଷ୍ଠା

ମୟୁରଭଞ୍ଜ ଜିଲ୍ଲା ଉଦଳା ଖଣ୍ଡିହୁଡି ତାରିଣୀ ମନ୍ଦିର ପରିସରରେ ବାବା ମହାକାଳେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ବୁଧବାର ପୁରୀରୁ ଆଜ୍ଞାମାଳ ଆସିବା ପରେ ଗୁରୁବାର ସ୍ଥାନୀୟ ଦେଓ ନଦୀ ରୁ ୩୦୦ରୁ ଉର୍ଦ୍ଧ ମହିଳା କଳସ ଯାତ୍ରାରେ ସାମିଲ ହୋଇଥିଲେ । ମନ୍ଦିର ପରିସରରେ ହୋମଯଂଜ୍ଞ ଓ ମନ୍ତ୍ର ପାଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବା ମହାକାଳେଶ୍ଵରଙ୍କ ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ