ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତୀୟ ପାସପୋର୍ଟର ଶକ୍ତି ବଢିଲା । ଏବେ ବିନା ଭିସାରେ ଭାରତୀୟ ଯାତ୍ରୀମାନେ ବୁଲିପାରିବେ ୫୬ଟି ଦେଶ । ନିକଟରେ ପ୍ରକାଶିତ ୨୦୨୬ ମସିହା Henley Passport Indexରେ ଭାରତର ରାଙ୍କ ତୀବ୍ର ଗତିରେ ଆଗକୁ ବଢିଛି । ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ୧୦ଟି ସ୍ଥାନ ଉପରକୁ ଉଠିଛି ଭାରତୀୟ ପାସପୋର୍ଟ ।

ଚଳିତବର୍ଷ ୧୦ଟି ସ୍ଥାନ ଉପରକୁ ଉନ୍ନତି କରିଛି ଭାରତୀୟ ପାସପୋର୍ଟ । ଏହି ରାଙ୍କିଂର ସିଧାସଳଖ ସୁବିଧା ମିଳିବ ଭାରତୀୟ ଯାତ୍ରୀ ତଥା ଭ୍ରମଣକାରୀଙ୍କୁ । ଏବେ ଭାରତୀୟ ଯାତ୍ରୀମାନେ ବିନା ଭିସା କିମ୍ବା ଭିସା ଅନ୍ ଆରାଇଭାଲ୍ ଦ୍ବାରା ବିଶ୍ବର ୫୬ଟି ଦେଶକୁ ଯାଇପାରିବେ । ବର୍ତ୍ତମାନ ଭାରତୀୟ ଭିସା ୭୫ ରାଙ୍କରେ ରହିଥିବା ବେଳେ ୨୦୦୬ ମସିହାରେ ଭାରତୀୟ ପାସପୋର୍ଟ ୭୧ତମ ସ୍ଥାନରେ ରହିଥିଲା । ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଭାରତୀର ରାଙ୍କ ଖସିବାରେ ଲାଗିଥିଲା । ୨୦୨୪ରେ ଏହା ୮୦ ତମ ଓ ୨୦୨୫ ମସିହାରେ ଏହା ୮୫ ରାଙ୍କରେ ରହିଥିଲା । ବର୍ତ୍ତମାନ ରାଙ୍କିଂରେ ଆସିଥିବା ଉନ୍ନତି ପାସପୋର୍ଟକୁ ପୁଣି ଶକ୍ତିଶାଳୀ କରିଛି ।
