ଆସନ୍ତାକାଲି ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡ଼ରେସନମାନ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳମାନେ ଯଥା ସିପିଆଇ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ) ଲିବରେସନ ଓ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ଏହି ଧର୍ମଘଟକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ଦେଶବ୍ୟାପୀ ପ୍ରାୟ ୩୦ କୋଟି ଶ୍ରମିକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି ୟୁନିଅନ ଗୁଡ଼ିକ ପ୍ରଥମେ ଜାନୁଆରୀ ୯, ୨୦୨୫ରେ “କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଏବଂ ଦେଶ ବିରୋଧୀ କର୍ପୋରେଟ୍ ନୀତି ବିରୁଦ୍ଧରେ ସେମାନଙ୍କର ପ୍ରତିବାଦ ପଞ୍ଜିକରଣ” କରିବା ପାଇଁ ଧର୍ମଘଟର ଡାକରା ଦେଇଥିଲେ ।

ବନ୍ଦ ପ୍ରଭାବର ଅନେକ ରାଜ୍ୟରେ ଜନଜୀବନ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି । ବ୍ୟାଙ୍କ, ପରିବହନ ସେବା ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । କେନ୍ଦ୍ରର ଶ୍ରମ ସଂସ୍କାର ଏବଂ ଆର୍ଥିକ ନୀତିକୁ ବିରୋଧ କରି ଏହି ବନ୍ଦ ଆୟୋଜିତ କରିଥିବା କହିଛନ୍ତି ଶ୍ରମିକ ସଂଗଠନ । ବନ୍ଦକୁ କୃଷକ ସଂଗଠନଗୁଡ଼ିକର ସମର୍ଥନ ଆହୁରି ପ୍ରଭାବିତ କରିବ ବୋଲି କହିଛନ୍ତି ଶ୍ରମିକ ସଂଗଠନ ।