ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷାକୁ ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓ ଶିକ୍ଷା ପରିଷଦ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କପି ରୋକିବା ପାଇଁ ପ୍ରଥମ ଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏଆଇ କ୍ୟାମେରା ବ୍ୟବହାର କରାଯିବ । ପ୍ରଶ୍ନପତ୍ରରେ କ୍ୟୁଆର କୋଡ୍ ରହିବ, ଯାହା ମାଧ୍ୟମରେ ପ୍ରଶ୍ନପତ୍ରର ସତ୍ୟତା ଯାଞ୍ଚ କରାଯିବ । ତେବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ଦଣ୍ଡବିଧାନ ହିସାବରେ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଜରିମାନା ହୋଇପାରେ । ଚଳିତ ବର୍ଷ ଓଡ଼ିଶାରେ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଛନ୍ତି ।
