ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ସୁବ୍ରତ ପ୍ରାୟ ୨.୩୮ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ କରିଥିବା ଅଭିଯୋଗରେ କଟକ ଭିଜିଲାନ୍ସ ଥାନାରେ କେସ ନଂ ୦୬/୨୦୨୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ୧୪ ଜଣ ଏଏସଆଇଙ୍କ ନେତୃତ୍ୱରେ ମୋଟ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସୁବ୍ରତ । ଏହାସହ ଅନେକ ଡାକ୍ତରଙ୍କୁ ବି ଠକିଥିବା ନେଇ ସୂଚନ ରହିଛି । ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ସୁବ୍ରତ ଫେରାର ହୋଇଯାଇଥିଲେ । ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ । ଦୀର୍ଘ ସାଢ଼େ ୩ ମାସ ପରେ ସୁବ୍ରତଙ୍କୁ ଧରିଛି ଭିଜିଲାନ୍ସ । ସୁବ୍ରତ HRMS ପୋର୍ଟାଲ ମାଧ୍ୟମରେ ନିଜ ଦରମା ଅହେତୁକ ବୃଦ୍ଧି କରି ଲୁଟୁଥିବା ଅଭିଯୋଗ ହୋଇଛି ।