ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି

ମାଓ ଦମ୍ପତି ନିଖିଲ୍ ଓ ଇନ୍ଦୁର ଆତ୍ମସମର୍ପଣ ନେଇ ସ୍ପଷ୍ଟ କଲେ ଡିଜିପି । ପ୍ରେସମିଟ୍‌ ମାଧ୍ୟମରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ ନେଇ ସୂଚନା ଦେଲେ ଡିଜିପି ୱାଇ.ବି ଖୁରାନିଆ । ଜଗତସିଂହପୁରର ନିଖିଲ୍‌ ଓରଫ ନିରଞ୍ଜନ ରାଉତ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ସହିତ କଟକ ଟାଙ୍ଗୀର ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ବାଶଧାରା ଘୁମୁସର ନାଗାବଳୀ ଡିଭିଜନର ମୋଟ୍ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନିଖିଲ୍ ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିଲା । ଦୁଇ ଦଶନ୍ଧିରୁ ଅଧିକ ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିଲା ନିଖିଲ୍ । ଏବେବି କନ୍ଧମାଳ ପାଖାପାଖି ଜିଲ୍ଲାରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ଅଛନ୍ତି । ସେମାନେ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ୍‌ ହେବାକୁ ଡିଜିପି ଅପିଲ୍ କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ଆଉ କିଛି ହାତଗଣତି ମାଓବାଦୀ ଅଛନ୍ତି । ମାର୍ଚ୍ଚ ପୂର୍ବରୁ ସେମାନେ ବି ଆତ୍ମସମର୍ପଣ କରିବେ ବୋଲି ମୁ ଆଶା କରୁଛି  ।